ନୂଆଦିଲ୍ଲୀ: ଭାରତରୁ ଆମଦାନୀ ହେଉଥିବା ମସଲା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବ୍ରିଟେନ। ପ୍ରକୃତରେ ବ୍ରିଟେନ ସବୁ ଭାରତୀୟ ମସଲାର ଯାଞ୍ଚ ନିର୍ଦ୍ଦେଶ ଦେଇଛି ବ୍ରିଟେନ । ବଡ଼ କଥା ହେଉଛି ହଂକଂରେ, ଏମଡିଏଚ ଏବଂ ଏଭରେଷ୍ଟ ମସଲାରେ କ୍ୟାନସର ଉତ୍ପନ୍ନ କରୁଥିବା ରସାୟନ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି।
ବ୍ରିଟେନର ଖାଦ୍ୟ ସୁରକ୍ଷା ଏଜେନ୍ସୀ, ଏପର୍ଯ୍ୟନ୍ତ ସବୁଠୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ କହିଛି ଯେ, ଭାରତରୁ ଆସୁଥିବା ସବୁ ମସଲାରେ ବିଷାକ୍ତ କୀଟନାଶକ ଅଛି କି ନାହିଁ ତାହାର ଯାଞ୍ଚ କରାଯାଉଛି। ଏଥିଲୀନ ଅକ୍ସାଇଡର ମଧ୍ୟ ଯାଞ୍ଚ କରାଯାଉଛି। ତେବେ ବ୍ରିଟେନ ଏହି ପଦକ୍ଷେପ ନିକଟରେ ଆସିଥିବା ଚିନ୍ତାକୁ ନେଇ ଉଠାଇଛି।ବ୍ରିଟେନର ଖାଦ୍ୟ ନୀତି ଡେପୁଟି ଡାଇରେକ୍ଟର ଜେମ୍ସ କୂପର ବୟାନରେ କହିଛନ୍ତି ଏଠାରେ ଏଥିଲିନ୍ ଅକ୍ସାଇଡର ବ୍ୟବହାରକୁ ଅନୁମତି ନାହିଁ।ସେପେଟେ ଭାରତର ମସଲା ବୋର୍ଡ, ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।
ଆହୁରି ପଢ଼ନ୍ତୁ: ମସଲା ବିବାଦ ଭିତରେ ଆକ୍ସନ ମୋଡରେ ବାଣିଜ୍ୟ ମନ୍ତ୍ରଣାଳୟ, ରପ୍ତାନୀ ପୂର୍ବରୁ ପରୀକ୍ଷଣ ବାଧ୍ୟତାମୂଳକ
ଉଲ୍ଲେଖଯୋଗ୍ୟ, ସିଙ୍ଗାପୁର ପ୍ରଥମେ ମସଲା ଫେରାଇ ନେବାକୁ ଆଦେଶ ଦେଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ, ଆମେରିକା, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏହି ଦୁଇ ବ୍ରାଣ୍ଡ୍ସ ସହ ଜଡ଼ିତ ମାମଲାର ଯାଞ୍ଚ କରୁଛନ୍ତି। ଭାରତ ଦୁନିଆର ସବୁଠୁ ବଡ଼ ମସଲା ଉତ୍ପାଦକ, ଉପଭୋକ୍ତା ଏବଂ ରପ୍ତାନିକାରୀ । ବ୍ରିଟେନ୨୦୨୨ରେ ୧୨୮ ମିଲିୟନ ଡଲାର ମୂଲ୍ୟର ମସଲା ଆମଦାନୀ କରିଥିଲା। ଯେଉଁଥିରୁ ପ୍ରାୟ ୨୩ ମିଲିୟନ ଡଲାର ଭାରତରୁ ଆସିଥିଲା। ଏମଡିଏଚ ଏବଂ ଏଭରେଷ୍ଟ ଆମେରିକା, ୟୁରୋପ, ଦକ୍ଷିଣ ପୂର୍ବ ଏସିଆ, ପଶ୍ଚିମ ଏସିଆ ଏବଂ ଅଷ୍ଟ୍ରେଲିଆ ସହ ଅନେକ ଦେଶରେ ରପ୍ତାନୀ କରୁଛନ୍ତି।