ଭୁବନେଶ୍ଵର: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ଦଳ ଶାସନରେ ରହିବା ପରେ ବି ସମ୍ବଲପୁରକୁ ଅବହେଳା କରାଯାଉଛି । ସମ୍ବଲପୁର ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଛି ବୋଲି ଆଜି ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତବଲାପଡ଼ା, ଷ୍ଟେସନପଡ଼ା ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜନସାଧାରଣଙ୍କୁ ମୋଦୀ ଗ୍ୟାରେଣ୍ଟି ଏବଂ ବିଜେପିର ସଂକଳ୍ପ ପତ୍ର ବିତରଣ କରିଛନ୍ତି ।
Also read: ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
ସମ୍ବଲପୁରକୁ ଆହୁରି ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟିର ସମର୍ଥନ ବଢୁଛି । ମୋଦୀଙ୍କ ପ୍ରତି ଲୋକ ମାନଙ୍କ ଭଲ ପାଇବା ଶ୍ରଦ୍ଧା ବଢୁଛି । ମୋଦୀଙ୍କ ଉପରେ ଲୋକ ମାନଙ୍କର ଆଶା ଏବଂ ବିଶ୍ବାସ ଅଛି । ଯେତିକି ନିର୍ବାଚନ ପାଖେଇ ଆସୁଛି, ବିଜେପି ପ୍ରତି ଜନସମର୍ଥନ ବଢିବାରେ ଲାଗିଛି ।
ପ୍ରତି ବଦଳରେ ବିଜୁ ଜନତା ଦଳ ସେତିକି ହିଂସ୍ର ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ଏହା ନିନ୍ଦନୀୟ । ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ । ସମର୍ଥନ ହରାଉଥିବା ବିଜେଡିର ଲୋକମାନେ ଆଜି ରକ୍ତମୁଖା ହେଉଛନ୍ତି ବୋଲି କହିଛନ୍ତି ନବୀନ ।