ରାକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ସାଂଘାତିକ, ପୂର୍ବ ସ୍ୱାମୀ ଦେଲେ ହେଲ୍‌ଥ ଅପଡେଟ୍

Published By : Prameya-News7 Bureau | May 16, 2024 IST

ମୁମ୍ବାଇ ୧୬।୦୫: ରାକ୍ଷୀ ସାଓ୍ୱନ୍ତଙ୍କ ଅବସ୍ଥା ଠିକ୍‌ ନାହିଁ ।ତାଙ୍କ ଗର୍ଭାଶୟରେ ଏକ ଟ୍ୟୁମର ହୋଇଛି । ଏବେ ତାଙ୍କ ଅବସ୍ଥା ଠିକ୍‌ ନାହିଁ । ଡକ୍ଟର ଲଗାତର ଭାବେ ରାକ୍ଷୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ପୂର୍ବତନ ସ୍ୱାମୀ ରିତେଶ ରାଜ ସିଂହ।

ରିତେଶ ଏକ ଘରୋଇ ନ୍ୟୁଜ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ରାକ୍ଷୀଙ୍କ ଛାତି ଏବଂ ପେଟରେ ଯନ୍ତ୍ରଣା ହେଉଛି ।ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁରା ଟେଷ୍ଟ ପରେ ରାକ୍ଷୀଙ୍କ ଗର୍ଭାଶୟରେ ଏକ ଟ୍ୟୁମର ଥିବା ଜଣାପଡିଛି । ରାକ୍ଷୀଙ୍କୁ କ୍ୟାନସର ହୋଇଥିବା ସନ୍ଦେହ କରୁଛନ୍ତି ଡକ୍ଟର । ହେଲେ ଏବେ ଯାଏଁ କ୍ୟାନସର ନେଇ କୌଣସି ରିପୋର୍ଟ ଆସିନାହିଁ ।

ସେପଟେ ଡକ୍ଟର କହିଛନ୍ତି ଯେ, ଆମେ ରିପୋର୍ଟକୁ ଅପେକ୍ଷା କରିଛୁ । ରିପୋର୍ଟ ପରେ ରାକ୍ଷୀଙ୍କ ଚିକିତ୍ସା ନେଇ ପଦକ୍ଷେପ ନିଆଯିବ । ଏହାସହିତ ସର୍ଜରୀ ହେବ କି ନାହିଁ । ସେ ବିଷୟରେ ଚିନ୍ତା କରାଯିବ । ତେବେ ରାକ୍ଷୀଙ୍କ ମାଆ ଜୟା ସାଓ୍ୱନ୍ତଙ୍କ ବ୍ରେନ୍‌ ଟ୍ୟୁମର ଏବଂ କ୍ୟାନସର ହୋଇଥିଲା । ଗତ ବର୍ଷ ଜାନୁଆରୀ ମାସରେ ରାକ୍ଷୀଙ୍କ ମାଆଙ୍କର ପରଲୋକ ହୋଇଯାଇଥିଲା । 

  • Bollywood
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.