ଚକୋଲେଟ୍ ଦେବା ବାହାନାରେ ଜଙ୍ଗଲରୁ ଭିଡି଼ନେଲେ ବୃଦ୍ଧ, ନାବାଳିକାଙ୍କୁ ଅସଦାଚରଣ !

NEWS7
zoho-plans-700-mn-foray-into-chipmaking

ଆଠଗଡ଼ ୦୭।୦୨ : ନାବାଳିକାଙ୍କୁ ଅସଦାଚରଣ । ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ।ଗିରଫ ବୃଦ୍ଧ ଜଣଙ୍କ ହେଲେ ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ଗାଁରେ ବୋଲି ଜଣାପଡିଛି ।

ପୋଲିସ ସୂଚନା ମୁତାବିକ, ଖେଳ ଛୁଟି ସମୟରେ ନାବାଳିକା ଛାତ୍ରୀଙ୍କୁ ଚକୋଲେଟ୍ ଦେବା ବାହାନାରେ ଡାକିଥିଲେ ବୃଦ୍ଧ । ଏହାପରେ ବୃଦ୍ଧ ଜଣଙ୍କ ନାବାଳିକାଙ୍କୁ ଜଙ୍ଗଲ ମଧ୍ୟ ନେଇଯାଇଥିଲେ । ସେଠାରେ ଅସଦାଚରଣ ଉଦ୍ୟମ କରୁଥିବା ବେଳେ କୌଶଳ କ୍ରମେ ନାବାଳିକା ଜଣଙ୍କ ଖସିଆସିଥିଲେ । ପରେ ପରିବାରକୁ ଏ ସଂପର୍କରେ ସମସ୍ତ କଥା କହିଥିଲେ । ଶେଷରେ ପରିବାର ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।