ପ୍ରଥମ ଥର ୮୭ ହଜାର ସ୍ତରକୁ ପାର କଲା ରୂପା ଦର, ସୁନା ବି ହେଲା ମହଙ୍ଗା, ଜାଣନ୍ତୁ କେତେ?

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬।୫: ଭାରତରେ ସୁନା ଓ ରୂପା ଦର ବୃଦ୍ଧି ଜାରି ରହିଛି। ୧୬ ମେ ଗୁରୁବାର ରୂପା ଦର ନୂଆ ରେକର୍ଡ କରିଛି। କେଜି ପିଛା ରୂପା ଦର ପ୍ରଥମ ଥର ୮୭,୨୧୭ ଟଙ୍କାକୁ ପହଞ୍ଚି ଯାଇଛି। କେବଳ ରୂପା ନୁହେଁ ସୁନା ଦର ମଧ୍ୟ ବଢିଛି। ଫଳରେ ୧୦ ଗ୍ରାମ ପିଛା ସୁନା ଦର ପୁଣି ଥରେ ୭୩,୨୦୦ ଟଙ୍କାକୁ ପହଞ୍ଚି ଯାଇଛି। ଗୁରୁବାର ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ରୂପା ଦର ରେକର୍ଡ ସ୍ତରକୁ ଛୁଇଁଛି। ବଜାରରେ ରୂପା ଦର ୩୫୫ ଟଙ୍କା ବୃଦ୍ଧି ସହିତ କେଜି ପିଛା ଦର ୮୭,୨୨୦ ଟଙ୍କାକୁ ପହଞ୍ଚି ଯାଇଛି। 

ଏହା ପୂର୍ବରୁ ବୁଧବାର ରୂପା କେଜି ପିଛା ଦର ୮୬,୮୬୫ ଟଙ୍କା ଥିଲା। ରୂପା ସହିତ ଘରୋଇ ବଜାରରେ ସୁନା ଦର ମଧ୍ୟ ବୃଦ୍ଧି ହୋଇଛି। ଏମସିଏକ୍ସରେ ସୁନା ୧୦ ଗ୍ରାମ ପିଛା ଦରରେ ୧୧୪ ଟଙ୍କା ବୃଦ୍ଧି ସହ ୭୩,୨୧୬ ଟଙ୍କାକୁ ପହଞ୍ଚି ଯାଇଛି। ଏହା ପୂର୍ବରୁ ବୁଧବାର ବଜାରରେ ୧୦ ଗ୍ରାମ ପିଛା ସୁନା ଦର ୭୩,୧୦୨ ଟଙ୍କାରେ କାରବାର ହେଉଥିଲା। ରାଜଧାନୀ ଦିଲ୍ଲୀରେ ଗୁରୁବାର ୨୪ କ୍ୟାରେଟ ସୁନା ୧୦  ଗ୍ରାମ ପିଛା ଦର ୭୪,୧୩୦ ଟଙ୍କାରେ କାରବାର ହେଉଥିବା ବେଳେ ରୂପା କେଜି ପିଛା ଦର ୮୯,୧୦୦ ଟଙ୍କା ଦରରେ କାରବାର ହେଉଛି। 

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୪,୦୨୦ ଟଙ୍କା ଦରରେ କାରବାର ହେଉଥିବା ବେଳେ ରୂପା କେଜି ପିଛା ଦର ୮୯ହଜାର ୧୦୦ ଟଙ୍କା ଦରରେ କାରବାର ହେଉଛି। ସେହିପରି ଚେନ୍ନାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରା ପିଛା ଦର ୭୪,୧୩୦ ଟଙ୍କା ଦରରେ କାରବାର ହେଉଥିବା ବେଳେ ରୂପା କେଜି ପିଛା ଦର ୯୨,୫୦୦ ଟଙ୍କାକୁ ପହଞ୍ଚି ଯାଇଛି। 

ଘରୋଇ ବଜାର ଭଳି ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ଦେଖାଯାଇଛି। ତେବେ ରୂପା ଦର ଟିକେ କୋହଳ ରହିଛି। ଗୁରୁବାର କମେକ୍ସରେ ସୁନା ୧.୨୨ ଡଲାର ମହଙ୍ଗା ହୋଇ ଆଉନ୍ସ ପିଛା ଦର ୨,୩୯୨.୯୪ ଡଲାରକୁ ପହଞ୍ଚି ଯାଇଛି। ତେବେ ରୂପା ୦.୧୨ ଡଲାର ଶସ୍ତା ହୋଇ ପ୍ରତି ଆଉନ୍ସ ପିଛା ୨୯.୬୦ ଡଲାରରେ କାରବାର ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.