ଭୁବନେଶ୍ଵର: ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ଉପରେ ପ୍ରିନ୍ସିପାଲ ଆଉ ନିଷ୍ପତ୍ତି ନେଇ ପାରିବେ ନାହିଁ। ପ୍ରିନ୍ସିପାଲଙ୍କ ପାଖରୁ ଏହି କ୍ଷମତା ପ୍ରତ୍ୟାହାର କରି ନିଆଯାଇଛି। ଏବେ ଏହି ଦାୟିତ୍ଵରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ରହିବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।

ସରକାରୀ ସୂଚନା ଅନୁଯାୟୀ, ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ହୋଇଛି। ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ଏହି କ୍ଷମତାକୁ ପ୍ରତ୍ୟାହାର କରାଯିବ। ଏହାର ଦାୟିତ୍ୱରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ରହିବେ। ଏହି ଅଣ ଶିକ୍ଷକଙ୍କ ନିଯୁକ୍ତିର ପୂରା ଦାୟିତ୍ୱରେ ସେ ରହିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।

Also Read: ​​​​​​​ସରକାରୀ ସ୍ତରରେ ସଂଶୋଧିତ ବନାନର ବ୍ୟବହାର ପାଇଁ ପଦକ୍ଷେପ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କଲେଜ ଓ ଶିକ୍ଷକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି ପାଉଥିବା ଅଣ-ଶିକ୍ଷକ (ନନ-କ୍ୟାଡର) ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି ପଦବୀ ଉପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ପୂର୍ବରୁ ସରକାରୀ କଲେଜ ଓ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନଙ୍କ ନିକଟରେ ଏମାନଙ୍କର ନିଯୁକ୍ତି କ୍ଷମତା ରହିଥିଲା। ଯାହାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।