ଭୁବନେଶ୍ୱର ୧୪।୧୦ : ଆଜି ହେଉଛି why ଆଇ ଷ୍ଟାଣ୍ଡ ଫର ମିଟିଂ। ପ୍ରାର୍ଥୀ ମାନେ କହିବେ କାହିଁକି ସେମାନେ ଛିଡା ହୋଇଛନ୍ତି । ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରିବେ । ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆଜି ଏହି ମିଟିଂ ରହିଛି। ମିଟିଂ ପୂର୍ବରୁ ଏଭିବିପି ପ୍ରାର୍ଥୀ ୟୁନିଟ-୯ ଫ୍ଲାଟ ଅଚଳ ସ୍ଥିତ କନକ ଦୁର୍ଗା ମନ୍ଦିରରେ ମାଙ୍କୁ ପୂଜା କରି କଲେଜ ଅଭିମୁଖେ ଯିବେ ।

ସେହିପରି ବିସିଜେଡି ପ୍ରାର୍ଥୀନୀ ୧୧ଟା ବେଳେ why i stand for ମିଟିଂକୁ ଯିବାର କାର୍ଯ୍ୟକ୍ରମ ରହୁଛି। ମଙ୍ଗଳବାର ରାତିରେ ରମାଦେବୀରେ ବାଲାଟ ନମ୍ବରକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ତେବେ କେଉଁ ବାଲାଟ ନମ୍ବର କାହାର ଅଛି ତାକୁ ନେଇ ଦ୍ଵନ୍ଦ ରହିଛି । ଏପଟେ ଆସନ୍ତାକାଲି ନିର୍ବାଚନ ରହିଛି, ଛାତ୍ରଛାତ୍ରୀ ଭୋଟ ଦେବେ । ଏହି ପିଲାଙ୍କ ପାଇଁ ନିର୍ବାଚନ ନୂଆ ଥିବାରୁ କିପରି ଭୋଟ ଦେବେ ସେନେଇ ମଧ୍ୟ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବୁଝାଇବେ ।

Also Read:-ଗିରଫ ହେଲେ CJP ନେତା ସୌରଭ ଏବଂ ଆଶୁତୋଷ : ନିୟମ ଭାଙ୍ଗି ଜନ୍ତରମନ୍ତରରେ କରୁଥିଲେ ପ୍ରବେଶ

ଗୁରୁବାର ସକାଳ ୮ରୁ ୨ଟା ପର୍ଯ୍ୟନ୍ତ ଭୋଟ ଦିଆଯିବ । ଅପରାହ୍ନରେ ଭୋଟ ଗଣତି ପରେ ହିଁ ଫଲଫଳ ମଧ୍ୟ ଘୋଷଣା ହେବ। ଆଜି why ଆଇ ଷ୍ଟାଣ୍ଡ ଫୋର ମିଟିଂରେ ନିଜର ଆଭିମୁଖ୍ୟ ରଖିବେ ଛାତ୍ରୀ, କଲେଜରେ ଅଧ୍ୟାପିକା, ଅଧ୍ୟାପକ ପଦବୀ ପୁରୁନ ହେଉ ଅବା ଛାତ୍ରୀଙ୍କ ସୁରକ୍ଷା, ବା ହଷ୍ଟେଲର ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ରହିଛି। ତେଣୁ କେଉଁ ପ୍ରାର୍ଥୀନୀ କଣ ପ୍ରସଙ୍ଗ ଓ ପ୍ରତିଶୃତି ନେଇକି ଆସୁଛନ୍ତି । ତାହା ଉପରେ ନିର୍ଭର ହେବ ଛାତ୍ରୀଙ୍କ ଭୋଟ।

Watch Video:-