ଭୁବନେଶ୍ୱର: ଆସନ୍ତାକାଲି  ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଅପରାହ୍ନ ୪ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ଅପରାହ୍ନ ୫ ଟାରୁ ୬ ଟା ଭିତରେ ପରୀକ୍ଷାର୍ଥୀ ମାନେ ସେମାନଙ୍କ ରେଜଲ୍ଟ ଜାଣି ପାରିବେ। ରେଜଲ୍ଟ ଜାଣିବା ଲାଗି ବୋର୍ଡ ୱେବସାଇଟରେ ପରୀକ୍ଷାର୍ଥୀ ମାନେ ଲଗ ଇନ କରିପାରିବେ। ସେହିପରି sms ଜରିଆରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଆରେ ଲିଖିତ ମାଟ୍ରିକ ସାର୍ଟିଫିକେଟ ଓ ମାର୍କ ସିଟ ଦିଆଯିବ। ଯେହେତୁ ଏଥର ପ୍ରଶ୍ନ ସରଳ ଥିଲା, ତେଣୁ ଗତ ବର୍ଷ ତୁଳନାରେ ଭଲ ରେଜଲ୍ଟ ହେବ ବୋଲି ଶିକ୍ଷାବିତ ମାନେ ଆଶାପ୍ରକଟ କରିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଆରେ ଲିଖିତ ମାଟ୍ରିକ ସାର୍ଟିଫିକେଟ ଓ ମାର୍କ ସିଟ ପାଇବେ, ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷାର୍ଥୀ ମାନେ। ଆସନ୍ତା କାଲି ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଆସନ୍ତାକାଲି ସେମାନଙ୍କର ବହୁ ପ୍ରତିକ୍ଷିତ ରେଜଲ୍ଟ ପ୍ରକାଶ ପାଇବ। ଯଦିଓ ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ, କିନ୍ତୁ ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବସାଇଟ, www.bseodisha.ac.in ଏବଂ www.bseodisha.nic.in ରେ ଲଗ ଇନ କରି ପାରିବେ। ସେହିପରି sms ଜରିଆରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ସେଥିପାଇଁ ପରୀକ୍ଷାର୍ଥୀ ମାନେ OR 10 ପରେ ରୋଲ ନମ୍ବର ଲେଖି 5676750 କୁ sms କଲେ ରେଜଲ୍ଟ ପାଇ ପାରିବେ।

also read- କିଏ ହେବେ ଓଡ଼ିଶାର ନୂଆ ପୁଲିସ ମହାନିର୍ଦ୍ଦେଶକ ? ରେସ୍‌ରେ ସୁଧାଂଶୁ, ସୁଶାନ୍ତ ଓ କୋଚେ

ଗତ ବର୍ଷବି ମେ ମାସ ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା। ପାସ ହାର ଥିଲା, ୯୬.୦୭ ପ୍ରତିଶତ। ଗତଥର ୨ ହଜାର ୬ ଶହ ୪୪ ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିଲେ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କର ପାସ ହାର ଥିଲା ଅଧିକ। ଗତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ସର୍ବାଧିକ ଥିଲା ଏବଂ ତାଲିକାର ସବାତଳେ ଥିଲା ନୂଆପଡା ଜିଲ୍ଲା। କିନ୍ତୁ ଶିକ୍ଷାବିତ ମାନଙ୍କ ମତରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ସରଳ ଥିଲା, ତେଣୁ ରେଜଲ୍ଟ ଭଲ ହେବ ବୋଲି ଆଶା କରାଯାଉଛି। ତେବେ ଯଦି କେହିବି ଅକୃତକାର୍ଯ୍ୟ ହୁଅନ୍ତି, ଏବେ ନିରାଶ ନହୋଇ ପୁଣି ଚେଷ୍ଟା କଲେ ଭଲ ଫଳ ମିଳିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ।

ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୫ ହଜାର ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ। ସେଥି ମଧ୍ୟରୁ ପ୍ରାୟ ୮ ହଜାର ପରୀକ୍ଷା ଦେଇନାହାଁନ୍ତି। ଯାହାର ସଠିକ କାରଣ କଣ ହୁଏତ ତା ଉପରେ ଆସନ୍ତା କାଲି ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନେ ସ୍ପଷ୍ଟୀକରଣ ଦେଇପାରନ୍ତି। କିନ୍ତୁ ସମସ୍ତ ପରୀକ୍ଷାର୍ଥୀ ସେମାନଙ୍କ ଆଶା ମୁତାବକ ଫଳ ପାଆବେ ବୋଲି ଅନ୍ତତଃ ଆଶା କରାଯାଇପାରେ।