ଭୁବନେଶ୍ୱର ୦୧/୧୨: ସେଜ୍ ମାଇ ଡିଅର...ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ, ତୁମ ମାଆ ଙ୍କ ନାମରେ କଳଙ୍କ ଲାଗାଇଦେଲ। ତୁମେ ଜାଣିଛ ମୁଁ ତୁମକୁ କେତେ ପ୍ରେମ କରେ । ତୁମର ବହୁତ ଯତ୍ନ ବି ନେଉଥିଲି । ତୁମେ ତୁମର ଯତ୍ନ ନେବ। ତୁମର ମଙ୍ଗଳ ହେଉ । ତୁମର ସବୁଠାରୁ ଛୋଟ ଖୁସି ଓ ସବୁଠାରୁ ବଡ ଦୁଃଖ ସମୟରେ ମୁଁ ତୁମ ସହ ଅଛି।

ମୋ ପ୍ରିୟ ସେଜ୍ ତୁମେ ସବୁଦିନ ମୋ ହୃଦୟରେ ଅଛ। ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି । ସେଜଲଙ୍କ ଆମେରିକୀୟ ମାଆଙ୍କ ଏମିତି ଏକ ଦୁଃଖଭରା ଚିଠି....। ସେଜଲ୍ ସିନା ଛାଡ଼ି ଆସିଗଲେ ପାଳିତ ମାଆଙ୍କୁ । ସେ କିନ୍ତୁ ତାଙ୍କୁ ଭୁଲି ପାରୁନାହାନ୍ତି । ଆମେରିକାରେ ଥିବା ସେଜଲଙ୍କ ମାଆ ତାଙ୍କୁ ଦେଇଥିବା ଚିଠି ଏବେ ସବୁଠି ଚର୍ଚ୍ଚା ।

​​​​​​​

ଗତ ୨୧ ତାରିଖରେ ସେଜଲଙ୍କ ପାଇଁ ତାଙ୍କ ମାଆ ଲେଖିଥିବା ଚିଠିକୁ ଯିଏ କେହି ବି ପଢ଼ିବ ତା ଛାତି ଦୁଃଖରେ ଭରି ଯିବ। ସେ ଲେଖିଛନ୍ତି ‘ସେଜଲଙ୍କୁ ଯିବାର ଦେଖି ହୃଦୟ କଷ୍ଟରେ ଫାଟି ପଡ଼ୁଛି’। ମୁଁ ଯାହା ଯାହା କରିଛି, ତୁମ ଭଲ ପାଇଁ, ତୁମକୁ ଭଲ ପାଇବା ପାଇଁ। ତୁମେ ମାଆଙ୍କ ନାଁକୁ ଖରାପ କରିଛ, ସେଥିପାଇଁ ମୁଁ ଦୁଃଖିତ। ହୃଦୟର କୋଣରେ ସବୁ ବେଳେ ରହିବ ମୋ ଝିଅ ବୋଲି ସେ ଲେଖିଛନ୍ତି ।...ସାମ୍ନାକୁ ଆସିଛି ସେଜଲଙ୍କ ଆମେରିକୀୟ ମାଆଙ୍କ ଏକ ଚିଠି । ଏହି ଚିଠି ଟି ଗତ ନଭେମ୍ବର ୨୧ ତାରିଖର ।