ଭୁବନେଶ୍ୱର,୧୫/୦୮:ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓପିଏସସି ସିଭିଲ ସର୍ଭିସ ପରୀକ୍ଷା ଆଶାୟୀଙ୍କ ପାଇଁ ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷାଣ କରିଛନ୍ତି । ଏଣିକି ସର୍ବୋଚ୍ଚ ବୟସ ସୀମା ଯାଏଁ ଅନଲିମିଟେଡ୍ ବା ଅସୀମିତ ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏବେ ସାଧାରଣ ବର୍ଗ ଆଶାୟୀଙ୍କ ପାଇଁ ସର୍ବାଧିକ ୬ ଟି ସୁଯୋଗ, ଏବଂ ଓବିସି ବର୍ଗ ପାଇଁ ଟି ସୁଯୋଗ ରହିଛି । ସେହିପରି ଏସସି ଏବଂ ଏସଟି ବର୍ଗଙ୍କ ପାଇଁ ଅନଲିମିଟେଡ୍ ସୁଯୋଗ ରହିଛି । ତେବେ ଆଗକୁ ସମସ୍ତ ବର୍ଗଙ୍କୁ ଅନଲିମିଟେଡ୍ ସୁଯୋଗ ମିଳିବ । ଅର୍ଥାତ ଜଣେ ପରୀକ୍ଷାର୍ଥୀ ନିଜ ବର୍ଗର ସର୍ବାଧିକ ବୟସ ସୀମା ଯାଏଁ ସୁଯୋଗ ପାଇବେ ।

Also Read :- ୫୦ ବର୍ଷରେ ଯାହା ହୋଇନି ୫ ବର୍ଷରେ କରିବାକୁ ହେବ... ମୋଦୀଙ୍କ ଉଦବୋଧନରେ AIଠୁ ଆତ୍ମନିର୍ଭରତାର ଝଲକ

ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଆଶାୟୀମାନେ ରାଜ୍ୟ ସରକାରଙ୍କ ପାଖରେ ଅସୀମିତ ଆଟେମ୍ପ୍ଟ ନେଇ ଦାବି କରି ଆସୁଥିଲେ । କାରଣ ଦେଶର ଅନେକ ରାଜ୍ୟରଏ ଆଶାୟୀଙ୍କୁ ଏହି ସୁବିଧା ମିଳିଛି । ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଓଡିଶାରେ ଓଏଏସ ଆଶାୟୀ ଖୁସି ବ୍ୟକ୍ତ କରିଛନ୍ତି ।