Numerology: ସାଙ୍ଗ ସର୍କଲରେ କେହି ନା କେହି ଏମିତି ଥାଆନ୍ତି, ଯିଏ ଦୀର୍ଘ ସମୟ ଧରି ନିଜର ପ୍ରେମ ଖୋଜୁଥାନ୍ତି କିନ୍ତୁ ଭାଗ୍ୟ ସେମାନଙ୍କ ସାଥ୍ ଦିଏନାହିଁ। ସଂଖ୍ୟା ଜ୍ୟୋତିଷ (Numerology) ଅନୁସାରେ ଏକ ବିଶେଷ ମୂଳାଙ୍କର ପୁଅମାନେ ଗର୍ଲଫ୍ରେଣ୍ଡ୍ କରିବା ମାମଲାରେ ପ୍ରାୟତଃ ପଛରେ ରହିଯାନ୍ତି। 

ସଂଖ୍ୟା ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ସ୍ୱତନ୍ତ୍ର ସ୍ୱଭାବ ଓ ବ୍ୟକ୍ତିତ୍ୱ ଥାଏ। ତେବେ କୌଣସି ଏକ ନିର୍ଦ୍ଦିଷ୍ଟ ମୂଳାଙ୍କର ବ୍ୟକ୍ତି ୩୦ ବର୍ଷ ବୟସ ପର୍ଯ୍ୟନ୍ତ ସିଙ୍ଗଲ୍ ରୁହନ୍ତି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ୍ ହେବ। କିନ୍ତୁ ଅଙ୍କ ଜ୍ୟୋତିଷଙ୍କ ମତରେ, 'ମୂଳାଙ୍କ ୭' ର ପୁଅମାନେ ପ୍ରେମ ସମ୍ପର୍କ ମାମଲାରେ ବହୁତ ସଂଘର୍ଷ କରିଥାନ୍ତି। ସେମାନଙ୍କର ଲାଜକୁଳା ସ୍ୱଭାବ ଏବଂ ଅତ୍ୟଧିକ ଚିନ୍ତା କରିବା ଅଭ୍ୟାସ ଯୋଗୁଁ ସେମାନେ ନିଜ ମନର କଥା ଖୋଲି କହିପାରନ୍ତି ନାହିଁ।

ପ୍ରେମ ମାମଲାରେ କାହିଁକି ଅନଲକି ମୂଳାଙ୍କ ୭ ର ପୁଅ ?
ଯେଉଁମାନଙ୍କର ଜନ୍ମ କୌଣସି ବି ମାସର ୭, ୧୬ କିମ୍ବା ୨୫ ତାରିଖରେ ହୋଇଥାଏ, ସେମାନଙ୍କର ମୂଳାଙ୍କ ୭ ହୋଇଥାଏ। ଏହି ମୂଳାଙ୍କର ଅଧିପତି ହେଉଛନ୍ତି 'କେତୁ' ଗ୍ରହ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କେତୁଙ୍କୁ ଆଧ୍ୟାତ୍ମିକତା, ଆତ୍ମଚିନ୍ତନ ଏବଂ ରହସ୍ୟମୟ ସ୍ୱଭାବର କାରକ ମନାଯାଏ। ଏହି କାରଣରୁ ମୂଳାଙ୍କ ୭ ର ପୁଅମାନେ ସାଧାରଣତଃ କୌଣସି ଝିଅ ସାମ୍ନାରେ ନିଜ ମନର କଥା ସହଜରେ ପ୍ରକାଶ କରିପାରନ୍ତି ନାହିଁ।

ଏହି ମୂଳାଙ୍କର ପୁଅମାନେ ସମ୍ପର୍କ ଗଢ଼ିବା ମାମଲାରେ କୌଣସି ପ୍ରକାରର ତରବରିଆ ନିଷ୍ପତ୍ତି ପସନ୍ଦ କରନ୍ତି ନାହିଁ। ସେମାନେ ପ୍ରଥମେ ସାମ୍ନା ଲୋକଙ୍କୁ ପରଖନ୍ତି ଏବଂ ଯେପର୍ଯ୍ୟନ୍ତ ନିଶ୍ଚିତ ନ ହୋଇଛନ୍ତି, ସେପର୍ଯ୍ୟନ୍ତ ନିଜ ମନରେ ହିଁ ପ୍ରେମର ଭାବନାକୁ ଚାପି ରଖନ୍ତି। ଏହି କାରଣରୁ ସେମାନଙ୍କୁ ସଚ୍ଚା ପ୍ରେମ ମିଳିବାରେ ଅଧିକ ସମୟ ଲାଗିଥାଏ।

ଏମାନେ ପ୍ରେମ ଅପେକ୍ଷା ନିଜର କ୍ୟାରିୟର, ଆତ୍ମବିଶ୍ୱାସ ଏବଂ ଭବିଷ୍ୟତକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଏମାନଙ୍କ ପାଇଁ କେବଳ ସମ୍ପର୍କରେ ରହିବା ଯଥେଷ୍ଟ ନୁହେଁ, ବରଂ ସେମାନେ ଏମିତି ଜଣେ ସାଥୀ ଚାହାନ୍ତି ଯିଏ ସେମାନଙ୍କୁ ମାନସିକ ଓ ଭାବନାତ୍ମକ ସ୍ତରରେ ସପୋର୍ଟ କରିବ। ଏଭଳି ପରିସ୍ଥିତିରେ ଜଣେ ସଠିକ୍ ସାଥୀ ଖୋଜିବା ପାଇଁ ଅଧିକ ସମୟ ଲାଗିଯାଏ, ଯେଉଁଥିପାଇଁ ଏହି ମୂଳାଙ୍କର ପୁଅମାନେ ପ୍ରାୟତଃ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ସିଙ୍ଗଲ୍ ରହିଯାନ୍ତି। ତେବେ ଏହି ନିୟମ ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବେ ଲାଗୁ ହୁଏନାହିଁ, କାରଣ ବ୍ୟକ୍ତିର ଜନ୍ମ କୁଣ୍ଡଳୀ, ଗ୍ରହ ସ୍ଥିତି ଏବଂ ପାରିବାରିକ ପରିସ୍ଥିତି ମଧ୍ୟ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ।

ମୂଳାଙ୍କ ୭ ର ପୁଅମାନେ କଣ କରିବା ଉଚିତ୍ ?
ପ୍ରଥମେ ମୂଳାଙ୍କ ୭ ର ପୁଅମାନଙ୍କୁ ନିଜର ଭାବନାକୁ ଖୋଲାଖୋଲି ଭାବେ ପ୍ରକାଶ କରିବା ଶିଖିବାକୁ ହେବ। ଆବଶ୍ୟକତା ଠାରୁ ଅଧିକ ଭାବିବା ବା 'ଓଭରଥିଙ୍କିଙ୍ଗ୍' କରିବା ବନ୍ଦ କରନ୍ତୁ। ଯେକୌଣସି ସମ୍ପର୍କରେ କଥାବାର୍ତ୍ତା ଜାରି ରଖିବା ଏବଂ ସମୟ ସମୟରେ ନିଜର ରୋମାଣ୍ଟିକ୍ ଭାବନା ଶେୟାର କରିବା ଦ୍ୱାରା ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ।

ସଂଖ୍ୟା ଶାସ୍ତ୍ର ଅନୁଯାୟୀ, ମୂଳାଙ୍କ ୭ ର ପୁଅମାନେ ରିଲେସନସିପରେ ବିଳମ୍ବରେ ସଫଳତା ପାଆନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସେମାନେ ସବୁବେଳେ ସିଙ୍ଗଲ୍ ରହିବେ। ସଠିକ୍ ସୁଯୋଗ, ଉପଯୁକ୍ତ ପାର୍ଟନର ଏବଂ ଉତ୍ତମ ଯୋଗାଯୋଗ ମାଧ୍ୟମରେ ସେମାନଙ୍କ ସମ୍ପର୍କ ମଧ୍ୟ ଅତ୍ୟନ୍ତ ମଜଭୁତ ହୋଇପାରିବ। ତେଣୁ ଏହିପରି ଦାବିକୁ କେବଳ ସଂଖ୍ୟା ଶାସ୍ତ୍ରର ଏକ ସାଧାରଣ ବ୍ୟାଖ୍ୟା ଭାବେ ଗ୍ରହଣ କରିବା ଉଚିତ୍।