News7 Logo

ଲୁଧିଆନାରେ NRI ମହିଳାଙ୍କୁ ବେସ୍ ବଲ ବ୍ୟାଟ୍ ରେ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

NEWS7
gfx

ଚଣ୍ଡିଗଡ଼ ୧୮।୯:  ଲୁଧିଆନା ସହର ବାହାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ଏଥିରେ ୭୧ ବର୍ଷ ବୟଷ୍କା ରୂପିନ୍ଦର କୌରଙ୍କୁ କଥିତ ରୂପେ ପିଟିପିଟି ହତ୍ୟା କରାଯାଇଛି। ରୂପିନ୍ଦର କୌର ବିବାହ କରିବା ପାଇଁ ଆମେରିକାରୁ ଆସିଥିଲେ। ତାଙ୍କୁ ହତ୍ୟା କରାଯିବା ପରେ ଶବକୁ ଜଳାଇ ଦିଆଯାଇଛି। ଲୁଧିଆନା ଜିଲ୍ଲା କୋର୍ଟରେ ଟାଇପିଷ୍ଟ ସୁଖଜିତ ସିଂହ ଏହି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ରୂପିନ୍ଦରଙ୍କ ପୋଡି ପାଉଁଶକୁ ବସ୍ତାରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲା।

ପୋଲିସ ସୂଚନା ଅନୁସାରେ ଅପରାଧ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଶ୍ରମିକମାନେ ସୁଖଜିତ ଘରେ ନୂଆ ରଙ୍ଗ ଓ ଟାଇଲ ଦେଖିଲେ। ଏଣୁ ସୁଖଜିତ ଉପରେ ସମସ୍ତଙ୍କର ସନ୍ଦେହ ହୋଇଥିଲା। ଲୁଧିଆନା ପୋଲିସ ସୁଖଜିତ ଓ ବ୍ରିଟେନରେ ରହୁଥିବା ୭୫ ବର୍ଷ ବୟଷ୍କ ଚରଣଜିତ ସିଂହଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି। ଚରଣଜିତ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ହୋଇଛି। ସୁକଜିତ ଏବେ ପୋଲିସ ହାଜତରେ ଥିବା ବେଳେ ଚରଣଜିତ ବ୍ରିଟେନରେ ଅଛି।

ଏହି ହତ୍ୟାକାଣ୍ଡ ଜୁଲାଇ ୧୨ ତାରିଖରେ ହୋଇଥିଲା। ଅଭିଯୁକ୍ତ ସୁଖଜିତ କଥିତ ରୂପେ ବେସବଲ ବ୍ୟାଟରେ ରୂପିନ୍ଦରଙ୍କୁ ପିଟିପିଟି ହତ୍ୟା କରିଥିଲା। ଏସଡିପି-୨ କରଣବୀର ସିଂହ କହିଛନ୍ତି ଯେ ଏଥି ପାଇଁ ଅଭିଯୁକ୍ତପ୍ରଚୁର ପରିମାଣରେ କୋଇଲା ଏକତ୍ର କରିଥିଲା। କୋଇଲା ଜାଳି ମହିଳାଙ୍କ ଶବକୁ ପୋଡିବା ପାଇଁ ତା ଉପରେ ରଖି ଦେଇଥିଲା। ୨-୩ଦିନରେ କୋଇଲା ଜଳିଯିବା ପରେ ସୁଖଜିତ କଙ୍କାଳର ଅବଶେଷକୁ ବସ୍ତାରେ ଭରି ପାଖରେ ଥିବା ପାଣି ନାଳରେ ଭସେଇ ଦେଇଥିଲା। ସୁଖଜିତ ମୃତ ମହିଳାଙ୍କ ମୋବାଇଲ ଫୋନକୁ ହାତୁଡିରେ ଭାଙ୍ଗି ଦେବା ସହ ପାଉଁଶ ସହ ପାଣି ନାଳରେ ଫିଙ୍ଗି ଆସିଥିଲା। ତେବେ ପୋଲିସ କିଛି ଅବଶେଷ ଓ ହାତୁଡିକୁ ଜବତ କରିଛି।

ପୋଲିସ କହିଛି ଯେ ଚରଣଜିତ ସିଂହ ରୂପିନ୍ଦରଙ୍କୁ ବିବାହ କରିଥାନ୍ତା, ହେଲେ ସେ ପ୍ରତିଶ୍ରୁତିରୁ ଓହରି ଯାଇ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା। କାରଣ ରୂପିନ୍ଦର ତାଙ୍କୁ କୌଣସି ଏକ ମାମଲାରେ ଫଶେଇବାକୁ ଧମକ୍ ଦେଉଥିଲେ। ମହିଳା ନିଖୋଜ ହୋଇଯାଇଥିବା ନେଇ ସୁଖଜିତ ଅଗଷ୍ଟ ୧୮ ତାରିଖରେ ପୋଲିସରେ ଅଭିଯୋଗ କରିଥିଲା। ସୁଖଜିତ କହିଥିଲା ଯେ ରୂପିନ୍ଦର ୬ ମାସ ପୂର୍ବରୁ ତାଙ୍କର ଦିବାନୀ ଓ ଫୌଜଦାରୀ ମାମଲା ନିମନ୍ତେ ପାୱାର ଅଫ ଆଟର୍ଣ୍ଣି ଦେଇଥିଲା ଓ ସେ ଜୁଲାଇ ମାସରେ ଭାରତ ଆସିଥିଲା।

ସୁଖଜିତ କହିଛି ଯେ ରୂପିନ୍ଦର ଜୁଲାଇ ୧୮ ତାରିଖରେ ଦିଲ୍ଲୀ ଯିବା ପୂର୍ବରୁ ପାଖାପାଖି ୧୦ ଦିନ ତାଙ୍କ ଘରେ ଥିଲେ ଓ କହୁଥିଲେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କାନାଡା ଯିବେ। ତେବେ ଡେପୁଟି ପୋଲିସ କମିଶନର କହିଛନ୍ତି ଯେ ତଦନ୍ତରୁ ସୁଖଜିତ ଏନଆରଆଇ ମହିଳାଙ୍କୁ ବନ୍ଧୁ ଚରଣଜିତ ସିଂହଙ୍କ ଇସାରାରେ ହତ୍ୟା କରିଥିବା ଜଣାପଡିଛି। ରୂପିନ୍ଦରର ସମ୍ପର୍କ ଚରଣଜିତ ସହିତ ଥିଲା ଓ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ।

ରୂପିନ୍ଦର ବିରୋଧରେ ଏନଆରଆଇ ପୋଲିସ ଷ୍ଟେସନରେ ଏକ ଠକେଇ ମାମଲା ଥିଲା ଓ ସେ ଫେରାର ଥିଲେ। ଚରଣଜିତ ତାଙ୍କୁ କୋର୍ଟ କାମ ପାଇଁ ସୁଖଜିତ ସହିତ ପରିଚୟ କରାଇଥିଲେ। ତଦନ୍ତକାରୀଙ୍କ ଅନୁସାରେ ଚରଣଜିତ କଥିତ ରୂପେ ହତ୍ୟା ଲାଗି ସୁଖଜିତକୁ ୫୦ଲକ୍ଷ ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା, ଏହା ଛଡା ତାକୁ ବ୍ରିଟେନରେ ଅବସ୍ଥାନର କରାଇବାର ଲୋଭ ମଧ୍ୟ ଦେଖାଇଥିଲା। ଏଥିରେ ସୁଖଜିତ ରାଜି ଯାଇଥିବା ବେଳେ ରୂପିନ୍ଦରଙ୍କୁ ବିବାହର ମୋହ ଦେଖାଇ ଭାରତ ଡକାଇ ଆଣିଥିଲା।