LIVE TV

ରେଳ ଯାତ୍ରାରେ ଏବେ ଘର ତିଆରି ଖାଦ୍ୟ ଖାଇବା ପଡିବ ମହଙ୍ଗା, ଦେବାକୁ ପଡିପାରେ ଜରିମନା

NEWS7
gfx

ଝାଁସୀ ୧୧।୧୦: ପ୍ରାୟ ଦେଖା ଯାଏ ଟ୍ରେନରେ ଯାତ୍ରା ବେଳେ ଲୋକେ ଘରେ ତିଆରି ଆଣିଥିବା ଖାଦ୍ୟ ଖାଆନ୍ତି। ହେଲେ ଏବେ ଯାତ୍ରୀଙ୍କୁ ରେଳରେ ଏପରି ଖାଦ୍ୟ ଆଣି ଖାଇବା ମହଙ୍ଗା ପଡିପାରେ। ଏହାର କାରଣ ହେଉଛି ରେଳବାଇଙ୍କ ପକ୍ଷରୁ ଚଳାଯାଉଥିବା ବିଶେଷ ଅଭିଯାନ। ଭାରତୀୟ ରେଳ ସମୟ ସହିତ ଅନେକ ବଦଳିଗଲାଣି। ଏଥିରେ ରେଳ ଷ୍ଟେସନ ଅପଗ୍ରେଡ ଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଉନ୍ନତ ସୁବିଧା ପ୍ରଦାନ ଆଦି ରହିଛି। ଏହା ଛଡା ଅପରିସ୍କାର ଓ ଅଳିଆ ଆବର୍ଜନା ରେଳବାଇଙ୍କ ସବୁଠୁ ବଡ଼ ସମସ୍ୟା। ହେଲେ ଏହା ଉପରେ ମଧ୍ୟ ଏବେ କାମ କରାଯାଉଛି। ତେବେ ଏଥି ଯୋଗୁ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ଅଭିଯାନକାଳରେ ଧରାପଡିଥିବା ଯାତ୍ରୀ ଘରେ ତିଆରି ଆଣିଥିବା ଖାଦ୍ୟ ଖାଇବା ପରେ ବଳକାକୁ ଏଣେତେଣେ ଫିଙ୍ଗୁଥିବାର ଦେଖାଯାଇଥିଲା। ଏଣୁ ସେମାନଙ୍କ ଠାରୁ ଜରିମନା ଅସୁଲ କରାଯାଇଛି। ଏହି କ୍ରମରେ ଉତ୍ତର-ମଧ୍ୟ ରେଳବାଇଙ୍କ ଝାନସୀ ଡିଭିଜନରେ କେବଳ ସେପ୍ଟେମ୍ବର ମାସରେ ୫,୧୧୩ ଜଣ ଯାତ୍ରୀଙ୍କୁ ଫାଇନ କରିଛନ୍ତି। ସେମାନଙ୍କୁ ଟ୍ରେନରେ ଆବର୍ଜନା କରିବା ଓ ଧୂମ୍ରପାନ ପାଇଁ ଫାଇନ ହୋଇଛି। ଏ ବାବଦେ ରେଳବାଇ ୧୦,୨୬,୨୭୦ ଟଙ୍କା ଫାଇନ ଆଦାୟ କରିଛନ୍ତି। କେବଳ ଉତ୍ତର-ମଧ୍ୟ ରେଳ ନୁହେଁ ଅନ୍ୟ ଡିଭିଜନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉଛି।

ଲୋକେ ଟ୍ରେନରେ ଅପରିସ୍କାର କରିବା ବେଳେ ଧରାପଡିଲେ ନାନା ବାହାନା କରୁଛନ୍ତି। ତେବେ ଟ୍ରେନର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏପରି ଯାତ୍ରୀଙ୍କ ଉପରେ ରେଳବାଇ ଫାଇନ କରୁଛନ୍ତି। ରେଳବାଇଙ୍କ ଅନୁସାରେ ପରିବେଶ ପ୍ରଦୂଷଣ ନା କେବଳ ଷ୍ଟେସନର ସୌନ୍ଧର୍ଯ୍ୟକୁ ପ୍ରଭାବିତ କରୁଛି, ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁ ପ୍ରଭାବ ପକାଉଛି। ଅପରିସ୍କାର ପ୍ଲାଟଫର୍ମ, ଖୋଲାରେ ଛେପ ପକାଇବା, ଅପରିସ୍କାର ଶୌଚାଳୟ ଓ ବଳକା ଖାଦ୍ୟ ଦୁର୍ଗନ୍ଧ କରିବା ସଂକ୍ରମଣର ବିପଦ ସୃଷ୍ଟି କରୁଛି। ଏହା ଦ୍ୱାରା ଯାତ୍ରୀ ରେଳ ଯାତ୍ରାରୁ ଖରାପ ଅଭିଜ୍ଞତା ନେଇ ଘରକୁ ଫେରୁଥିବା ବେଳେ ରେଳବାଇଙ୍କ ଛବି ମଧ୍ୟ ଖରାପ ହେଉଛି। ଏଣୁ ଏପରି ଅଭିଯାନ ଚଳାଯାଉଛି।

ଭାରତୀୟ ରେଳ ଯାତ୍ରୀଙ୍କୁ ଷ୍ଟେସନ ପରିସରର ସ୍ୱଚ୍ଛତା ଖରାପ ନ କରିବାକୁ ଓ ଖୋଲାରେ ଛେପ ପକାଇବା ଅଥବା ଧୂମ୍ରପାନ କରିବା ଭଳି ଅଭ୍ୟାସରୁ ବର୍ତ୍ତିବା ଲାଗି ଅନୁରୋଧ କରୁଛନ୍ତି। ଏହା ସତ୍ତ୍ୱେ ଯେଉଁମାନେ ବାତାବରଣକୁ ଖରାପ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ରେଳବାଇଙ୍କ ପକ୍ଷରୁ ଏହି ଅଭିଯାନରେ ମୋଟା ରକମର ପେନାଲ୍ଟି ଅସୁଲ କରାଯାଉଛି। ଏହି ଅଭିଯାନ କାଳରେ ଅନେକ ଯାତ୍ରୀଙ୍କୁ ଘର ତିଆରି ଖାଦ୍ୟ ଆଣି ଟ୍ରେନରେ ଖାଇବା ପରେ ବଳକା ଖାଦ୍ୟ, ପଲିଥିନ ଆଦି ଝରକା ବାଟେ ବାହାରକୁ ଫିଙ୍ଗି ଦେଉଥିବାର ଦେଖାଯାଇଛି। ଫଳରେ ରେଳାବାଇ ପରିସର ଆବର୍ଜନମୟ ହେଉଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ କରାଯାଉଛି।