ତେଲକୋଇ : ଲଗାଣ ବର୍ଷାରେ ୪୯ ନମ୍ବର୍ ଜାତୀୟ ରାଜପଥ କାଞ୍ଜିପାଣି ଘାଟିର ଧଳାପଥର ବାଙ୍କ ନିକଟରେ ପାହାଡ଼ରୁ ଭୁସ୍ଖଳନ ହୋଇଛି। ପାହାଡରୁ ମାଟି ପଥର ଓ ଗଛ ଧସି ଚାରି ଥାକିଆ ରାସ୍ତାର ଗୋଟିଏ ପଟ ରାସ୍ତା ବନ୍ଦ ହୋଇଯାଇଛି। ବିଳମ୍ବିତ ରାତି ପ୍ରାୟ ୧୨ସମୟରେ ଭୁସ୍ଖଳନ ହୋଇଥିବା ବିଭାଗୀୟ ସୂଚନାରୁ ଜଣାପଡିଛି।

ଖବର ପାଇବା ପରେ ଆଜି ସକାଳୁ ଏନଏଚଆଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁଇଟି ଜେସିବି ମେସିନ ଓ ଗୋଟିଏ ହାଇଓ୍ବା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଝିରେ ମଝିରେ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି। ରାତିରେ ଗାଡି ଚଳାଚଳ ବନ୍ଦ ଥିବାବେଳେ ଶୁକ୍ରବାର ସକାଳୁ ବିଭାଗ ପକ୍ଷରୁ ଗୋଟିଏ ପଟ ରାସ୍ତାରେ ଗାଡି ଚଳାଚଳ ସ୍ବଭାବିକ କରାଯାଇଥିଲା। ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତା କ୍ଲିଅର ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

Bhubaneswar Airport incident : ଏୟାରପୋର୍ଟରେ ମହିଳାଙ୍କ ହଙ୍ଗାମା, ତାତିଲେ... ମାତିଲେ... ଭଙ୍ଗାରୁଜା କଲେ...