LIVE TV

ଚିଲି ଓ ପେରୁ ସହ ବାଣିଜ୍ୟ ଡିଲ୍ କରିବ ଭାରତ: ଅକ୍ଟୋବର ଓ ନଭେମ୍ବରରେ ହେବ ଆଲୋଚନା  

NEWS7
next round of talks on proposed trade pacts with chile peru in oct november

ନୂଆଦିଲ୍ଲୀ: ଭାରତ ନିଜର ବାଣିଜ୍ୟର ବିସ୍ତାର କରିବାକୁ ଜୋର୍‌ସୋରରେ ଲାଗି ପଡ଼ିଛି। ଗୋଟିଏ ପଟେ ଆମେରିକା ଟାରିଫ କସି ବାଟ ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତ ଅନ୍ୟଦେଶମାନଙ୍କ ସହ ଆଲୋଚନା କରି ବିକଳ୍ପ ବଜାରରେ ସନ୍ଧାନ କରୁଛି।
ଏଥିପାଇଁ ଭାରତ ଦୁଇ ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏବଂ ପେରୁ ସହ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଉଦ୍ୟମ କରିଛି। ଦୁଇ ଦେଶ ସହିତ ଆଲୋଚନା ଯଥାକ୍ରମେ ଅକ୍ଟୋବର ଏବଂ ନଭେମ୍ବରରେ ଅନୁଷ୍ଠିତ ହେବ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଥିବା ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ପ୍ରକାଶ କରିଛି।
ଚିଲି ସହିତ ପାଞ୍ଚ ଦିନିଆ ଆଲୋଚନା ଅକ୍ଟୋବର ୨୭ରେ ସାଣ୍ଟିଆଗୋରେ ଆରମ୍ଭ ହେବ, ପେରୁ ସହିତ ତିନି ଦିନିଆ ଆଲୋଚନା ନଭେମ୍ବର ରେ ଲିମାରେ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଭାରତ ଚିଲି ସହିତ ଦ୍ୱିତୀୟ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଏବଂ ପେରୁ ସହିତ ଅଷ୍ଟମ ପର୍ଯ୍ୟାୟ ଆଲୋଚନା କରିବାକୁ ଯାଉଛି। ଭାରତ ଏବଂ ଚିଲି ୨୦୦୬ ମସିହାରେ ଏକ ପ୍ରିଫରେନ୍ସିଆଲ୍ ବାଣିଜ୍ୟ ଚୁକ୍ତିନାମା (PTA) କାର୍ଯ୍ୟକାରୀ କରିଥିଲେ ଏବଂ ବର୍ତ୍ତମାନ ଏକ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା (CEPA) ପାଇଁ ଏହାର ପରିସରକୁ ବିସ୍ତାର କରିବା ପାଇଁ ଆଲୋଚନା କରୁଛନ୍ତି।
ଚିଲି ଓ ଭାରତ ପିଟିଏ ସହିତ ସିଇପିଏ ପରିସରକୁ ବଢ଼ାଇ ଡିଜିଟାଲ୍ ସେବା, ନିବେଶ ପ୍ରୋତ୍ସାହନ ଏବଂ ସହଯୋଗ, MSME (ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ), ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମେତ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାକୁ ଦୁଇ ଦେଶ ଚାହୁଁଛନ୍ତି। ଭାରତ ଏବଂ ଚିଲି ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କମ ରହିଛି। ୨୦୨୪ -୨୫ ରେ, ଚିଲିକୁ ଭାରତର ରପ୍ତାନି ୨.୪୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧.୧୫ ବିଲିୟନ ଆମେରିକୀୟ ଡଲାର ହୋଇଥିଲା। ତଥାପି, ଆମଦାନୀ ୭୨ ପ୍ରତିଶତ ବୃଦ୍ଧି ପାଇ ୨.୬୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା। ଅର୍ଥାତ ଭାରତ ଚିଲି ସହ ବାଣିଜ୍ୟ କରି ଡେଫିସିଟରେ ରହିଛି।
ଭାରତ ଚିଲିକୁ ସର୍ବାଧିକ ପରିମାଣରେ ଅଟୋ ଏବଂ ଫାର୍ମା ସାମଗ୍ରୀ ରପ୍ତାନୀ କରୁଛି। ବଦଳରେ ଚିଲିରୁ ପ୍ରାୟ ୧.୫୮ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଖଣିଜ ପଦାର୍ଥ ଆମଦାନୀ କରୁଛି। ଚିଲିରୁ ଆମଦାନୀ ହେଉଥିବା ଅନ୍ୟାନ୍ୟ ଉତ୍ପାଦ ହେଉଛି ତମ୍ବା ଏବଂ ରାସାୟନିକ ପଦାର୍ଥ। ଲାଟିନ୍ ଆମେରିକୀୟ ଦେଶ ଅଞ୍ଚଳରେ ଚିଲି ହେଉଛି ଭାରତର ପଞ୍ଚମ ବୃହତ ବାଣିଜ୍ୟିକ ଅଂଶୀଦାର।
ଚିଲିକୁ ଭାରତର ବିଭିନ୍ନ ସାମଗ୍ରୀ ରପ୍ତାନୀ କରୁଛି। ଏଥିରେ ମୋଟର ଯାନ/କାର, ଔଷଧ ଫର୍ମୁଲେସନ୍, ରାସାୟନିକ ପଦାର୍ଥ, ଲୁହା ଏବଂ ଇସ୍ପାତ ଉତ୍ପାଦ, ମାନବ ନିର୍ମିତ ସୂତା, କପଡା, କପା କପଡା, ପ୍ରସ୍ତୁତ ପଦାର୍ଥ, RMG (ତିଆରି ପୋଷାକ), ଅଟୋ ଉପାଦାନ, ବୈଦ୍ୟୁତିକ ଯନ୍ତ୍ରପାତି ଏବଂ ଉପକରଣ, ଚମଡା ସାମଗ୍ରୀ, ରବର ଉତ୍ପାଦ, ଆଲୁମିନିୟମ ଏବଂ ଏହାର ଉତ୍ପାଦ ଏବଂ ଚୀନାମାଟିକ୍ ଆଦି ରପ୍ତାନୀ କରୁଛି।
ଅନ୍ୟପକ୍ଷରେ, ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ଅଞ୍ଚଳରେ ପେରୁ ଭାରତର ତୃତୀୟ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଭାବରେ ଉଭା ହୋଇଛି। ୨୦୨୪-୨୫ ମଧ୍ୟରେ, ପେରୁକୁ ଭାରତର ରପ୍ତାନି ପ୍ରାୟ ୯ ପ୍ରତିଶତ ବୃଦ୍ଧି ପାଇ ୧ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚି ଥିବା ବେଳେ ଆମଦାନୀ ୬୦ ପ୍ରତିଶତ ବୃଦ୍ଧି ପାଇ ୪.୯୮ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏଠି ମଧ୍ୟ ଭାରତ ବାଣିଜ୍ୟିକ କ୍ଷତିର ସାମ୍ନା କରୁଛି।
ପେରୁକୁ ଭାରତର ମୁଖ୍ୟ ରପ୍ତାନିରେ ମୋଟରସାଇକେଲ ଏବଂ ତିନି ଚକିଆ ଯାନ, ପଲିଷ୍ଟର ଏବଂ କପା ସୂତା, ଔଷଧ, ଲୁହା ଏବଂ ଇସ୍ପାତ ଉତ୍ପାଦ, ପ୍ଲାଷ୍ଟିକ୍ ଉତ୍ପାଦ, ରବର, ତେଲ ଏବଂ ଗ୍ୟାସ ଶିଳ୍ପ ପାଇଁ ପାଇପ୍, ଟାୟାର, ପାଇପ୍ ଇତ୍ୟାଦି ରହିଛି।ବଦଳରେ ଭାରତ ପେରୁରୁ ସୁନା, ତମ୍ବା, କୃତ୍ରିମ ଫିଲାମେଣ୍ଟ, କ୍ୟାଲସିୟମର ଫସଫେଟ୍, ତାଜା ଅଙ୍ଗୁର