ଭୁବନେଶ୍ବର ୧୧ନୂଆପଡ଼ା ଉପନିର୍ବାଚନ ଭୋଟ୍ ରିଗିଂ ଅଭିଯୋଗ ଆଣିଲେ ସ୍ନେହାଙ୍ଗିନୀ ଛୁରିଆ । ସେ କହିଛନ୍ତି ଯେ, ନୂଆପଡ଼ାବାସୀଙ୍କ ସହ ମୁଁ ଅଛି । ସଠିକ୍ ଭାବେ ନିର୍ବାଚନ ହୋଇନି । ଆମ ସହ ଲୋକ ଅଛନ୍ତି । ମୋତେ ପ୍ରାର୍ଥୀ କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମୋ ପଛରେ ଛିଡ଼ା ହୋଇ ସହଯୋଗ କଲେ, ପ୍ରଚାର କଲେ । ନୂଆପଡ଼ାବାସୀ ବିଜେଡିକୁ ଭଲପାଇବା ଦେଇଛନ୍ତି । ମୋତେ ଭଲ ପାଇବା ଦେଲେ । ଶଙ୍ଖ ଚିହ୍ନକୁ ସମର୍ଥନ ଜଣାଇଛନ୍ତି । ମୁଁ ହାରିଲା ପରେ ବି ମୋତେ ବହୁ ଲୋକ ଫୋନ୍ କରି ଧନ୍ୟବାଦ ଦେଇଛନ୍ତି । ମେସିନ ଭୋଟ୍‌କୁ ଅଗ୍ରାହ୍ୟ କରୁଛି ।

ନୀତି ନିୟମ ଭିତରେ ଭୋଟ୍ ହୋଇନି । ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନଙ୍କୁ ନିନ୍ଦା କରୁଛୁ । ବୁଥ୍ ରିଗିଂକୁ ବିରୋଧ କରିଛି । ପଦ୍ମ ଫୁଲରେ ଭୋଟ୍ ଦେବାକୁ ଭୋଟରଙ୍କୁ ଚାପ ପକେଇଥିଲା ବିଜେପି । ଭୋଟିଂ ପ୍ରତିଶତ ଘୋଷଣା ଉପରେ ସନ୍ଦେହ ଲାଗୁଛି । ଅନେକ କଥାକୁ ଅସମ୍ଭବକୁ ସମ୍ଭବ କରିଛି ବିଜେପି । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଏସ୍‌ପି ଯାଏଁ ବିଜେପି ପାଇଁ କାମ କରୁଥିଲେ । କିଛି ବୁଥ୍‌ରେ ୯୦ ପ୍ରତିଶତରୁ ଅଧିକ ଭୋଟିଂ ସନ୍ଦେହ ଜାତ ହେଉଛି । ୪୧ ବୁଥ୍‌ରେ ୯୦ରୁ ଅଧିକ ପ୍ରତିଶତ ଭୋଟିଂ ପାର ହୋଇଛି । ୫ଟାରେ ଭୋଟ୍ ସରିଛି । ନିର୍ବାଚନକୁ ଖେଳଘର ଭାବିଛନ୍ତି ନିର୍ବାଚନ କମିଶନ ? ନୂଆପଡ଼ା ଏନ୍ଏସି ବ୍ୟତୀତ ଅନ୍ୟ ସବୁ ବୁଥ୍‌ରେ ରିଗିଂ ଓ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ସ୍ନେହାଙ୍ଗିନୀ । ମୁଁ ବିଭିନ୍ନ ବୁଥ୍‌କୁ ଯାଇ ପ୍ରତିବାଦ କରିଥିଲି । ପୋଷ୍ଟାଲ ବାଲାଟ୍‌ରେ ୩୦୦ ଭୋଟ୍‌ ନାକଚ କରାଯାଇଛି । ଏହା ତଦନ୍ତ ସାପେକ୍ଷ । ଏନେଇ କୋର୍ଟକୁ ଯିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଆମ ଦଳ ନେତା ନିଷ୍ପତି ନେବେ । ଟଙ୍କା ବାଣ୍ଟିଲେ ବିଜେପି ହେଲେ ଆମ ପିଲା ଗିରଫ ହେଲେ । ଆମ ପିଲାଙ୍କ ବିରୋଧରେ ଆର୍ମସ ଆକ୍ଟ ଲଗେଇ ଦେଲେ । ଭୋଟ୍ ଜାଲିଆତି କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ନେହାଙ୍ଗିନୀ ଛୁରିଆ

ଅନ୍ୟପଟେ, ବିଜେଡ଼ି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ନୂଆପଡ଼ାବାସୀ ଭଲ ପାଇବା ଅଛି । ସରକାରୀ କଳର ଅପବ୍ୟବହାର କରାଗଲା । କଳେ ବଳେ କୌଶଳେ ସେମାନେ ଭୋଟ ହାତେଇଥିବେ । ନୂଆପଡ଼ାବାସୀଙ୍କ ସହ ଆମେ ଅଛୁ ।