ସମ୍ବଲପୁର୧୧: ନୂଆପଡ଼ା ଉପନିର୍ବାଚନ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ସେ କହିଛନ୍ତି, ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବିଜେପି ଓଡ଼ିଶାରେ ଶାସନ କଲା, ସେଥିରେ ଚାଷୀଙ୍କ ସବସିଡି, ସୁଭଦ୍ରା ଯୋଜନା, ନୂଆପଡ଼ା ଜିଲ୍ଲାରେ ଦାଦନ ସମସ୍ୟାକୁ ବନ୍ଦ କରି ଏଠି କାର୍ଯ୍ୟ ଦେଲୁ l ଏସବୁ ସମସ୍ୟାର ସମାଧାନ କଲୁ l ଏଥିପାଇଁ ଭୋଟ୍‌ରେ ଏହାକୁ କିପରି ପ୍ରତିଫଳନ ହେବ ତାହା ହିଁ ଚ୍ୟାଲେଞ୍ଜ ଥିଲା l ତିନୋଟି ଦଳ ପାଇଁ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ଥିଲା ନୂଆପଡ଼ା ଉପନିର୍ବାଚନ l ତିନି ଦଳ ମଧ୍ୟରେ ଯେଉଁ ସମୀକରଣ ହେଲା ତାହା ଆଶ୍ଚର୍ଯ୍ୟ ଚକିତ କଲା ଭଳିଆ ଥିଲା l ସାଧାରଣ ନିର୍ବାଚନରେ ଭୋଟର ନିର୍ବାଚନକୁ ଯେତିକି ଗୁରୁତ୍ୱ ଦେଇଥିଲେ ଉପନିର୍ବାଚନରେ କିନ୍ତୁ ତାଠାରୁ ଅଧିକ ଦେଲେ l ଯେଉଁମାନେ ବାହାରେ ଥିଲେ ସେମାନେ ନୂଆପଡ଼ାକୁ ଆସି ଭୋଟ୍ ଦେଲେ l

ବିଜେପିର ଦେଢ଼ ବର୍ଷର ଶାସନ ହେଉଛି ଏହି ନିର୍ବାଚନର ଫଳାଫଳ l ସରକାର ପ୍ରତି ଯଦି ଅସନ୍ତୋଷ ଥାଆନ୍ତା ତାହେଲେ ଏତେ ମାତ୍ରାରେ ବିଜେପିକୁ ଲୋକ ଭୋଟ୍ ଦେଇନଥାନ୍ତେ l ବିଜେଡି ତାର ସବୁ ଶକ୍ତି ଲଗେଇ ଦେଲା l ଆଗରୁ ନବୀନ ବାବୁ ହାତ ହଲେଇଲେ ଭୋଟ୍ ମିଳୁଥିଲା ହେଲେ ଏବେ ଆଉ ତାହା ହେଲା ନାହିଁ ବୋଲି ସୁରେଶ ପୂଜାରୀ କହିଛନ୍ତି ।