ବ୍ରହ୍ମପୁର ୧୨।୦୨ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ଟ୍ୱିଷ୍ଟ୍ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା । ହେଲେ ଚାର୍ଜସିଟ୍ରେ ଆଉ ଗୋଟିଏ କାରଣ ଯୋଡ଼ାଯାଇଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ରଖି ସାର୍ବଜନୀନ କରିବାକୁ ପରୋକ୍ଷରେ ଧମକାଉଥିଲେ ପୀତବାସ । ତେଣୁ ଏହି କାରଣରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ପୋଲିସ ଚାର୍ଜସିଟ୍ରେ ଦର୍ଶାଇଛି।

ଏ ଖବର ବି ପଢନ୍ତୁ:- ପୀତବାସ ପଣ୍ଡା ହତ୍ୟାକାଣ୍ଡ, ଅଭିଯୁକ୍ତର ଜାମିନ୍ ମଞ୍ଜୁର କଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍

ପୋଲିସ ତଦନ୍ତ ଅନୁସାରେ, ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍‌ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭରେ କିଛି ଆପତ୍ତିଜନକ ଫଟୋ ଥିଲା । ସେହି ଫଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଛି । ସେପଟେ ପୀତବାସଙ୍କ ସ୍ତ୍ରୀ ପୋଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ପୀତବାସଙ୍କ ପଇତାରେ ଲାଗିଥିବା ଗୋଟିଏ ଚାବି ପୋଲିସ ଦେଇଥିଲା । ସେହି ଚାବି ପୀତବାସଙ୍କ ଆଲମାରୀର ସିକ୍ରେଟ୍ ଚାମ୍ବରର ଥିଲା । ସିକ୍ରେଟ୍ ଚାମ୍ବର ଖୋଲି ତାହାର ତଲାସି ନେବା ସମୟରେ ଗୋଟିଏ ଲଫାଫା ଭିତରେ ବିକ୍ରମଙ୍କର ଚାରୋଟି ଆପତ୍ତିଜନକ ଫଟୋ ସହ ଏକ ପେନ୍‌ଡ୍ରାଇ ମିଳିଥିଲା। ପେନ୍‌ଡ୍ରାଇଭ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା। ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଜଣେ ଆଇନଜୀବୀ ପୋଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ ପୀତବାସ ଏବଂ ବିକ୍ରମ ପଣ୍ଡା, ମଳୟ ଓ ମଦନ ଦଳେଇ ମଧ୍ୟରେ କେମିତି ଶତ୍ରୁତା ଲାଗି ରହିଥିଲା ସେ ପୁଲିସ ନିକଟରେ ପ୍ରକାଶ କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି ।

ଏ ଖବର ବି ପଢନ୍ତୁ:-

ସୂଚନାଯୋଗ୍ୟ ଯେ, ଜାନୁଆରୀ ୪ ତାରିଖରେ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ରେ ବୈକୁଣ୍ଠନଗର ଛକରେ ଘର ଆଗରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଲିସ ଚାର୍ଜସିଟ୍ ଅନୁସାରେ ଏହା ପୂର୍ବରୁ ସେପ୍ଟେମ୍ବର ୧୦ ଏବଂ ୧୪ ତାରିଖରେ ପୀତବାସଙ୍କୁ ହତ୍ୟା କରିବାକୁ ଆସି ଅଭିଯୁକ୍ତମାନେ ନିରାଶ ହୋଇଥିଲେ । ଚାର୍ଜସିଟ୍ରେ ଆଉ ଏକ ନୂଆ କାରଣ ଯୋଡ଼ିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପୁଲିସ ଯେଉଁ ସ୍କ୍ରିପ୍ଟ ଲେଖିଛି ତାହା ସତ କି ମିଛ କୋର୍ଟ ବିଚାର କରିବେ । ପୀତବାସ ପଣ୍ଡା କିଛି ଆପତ୍ତିଜନକ ଫଟୋ ସାର୍ବଜନୀନ କରିବାକୁ ଧମକାଉଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି । ତେବେ ଏହାର ସତ୍ୟତା କୋର୍ଟରେ ବିଚାରଣା ସମୟରେ ଜଣାପଡିବ ।​​​​​​​

ଏ ଖବର ବି ପଢନ୍ତୁ:- ବିବାଦ ତୁଟିବା ପରେ ମଞ୍ଚ ଚଢିଲେ ସାଇ-ପାୟଲ, ପୁଣି ଶୁଭିଲା ଦମ୍‌ଦାର୍ ଡାଏଲଗ୍‌