ନୂଆଦିଲ୍ଲୀ ୦୫।୦୫ : ରାୟଗଡ଼ାରେ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଏହା ଛଡ଼ା, ଦକ୍ଷିଣ ତଟ ରେଳୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ ।

ଏହି ନୋଟିଫିକେସନ ଅନୁଯାୟୀ, ପୂର୍ବ ତଟ ରେଳବାଇ ଓ ଦକ୍ଷିଣ କେନ୍ଦ୍ର ରେଳ ତଟରୁ କିଛି ଅଂଚଳକୁ ନେଇ ଦକ୍ଷିଣ ତଟ ରେଳ କରାଯାଇଛି। ଏହି ନୂତନ ତଟ କାର୍ଯ୍ୟଳୟ ବିଶାଖାପାଟଣାରେ କରାଯାଇଛି । ଏହା ମଧ୍ୟ ଜୁନ ୧ରୁ କାର୍ଯ୍ୟକାରୀ ହେବା ନେଇ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି। ୱାଲଟିଅର୍ ଡିଭିଜନ କୁ ଦୁଇ ଭାଗ କରାଯାଇଛି । ଗୋଟିଏ ଭାଗ ରାୟଗଡ଼ା ଡିଭିଜନ ଯହା ପୂର୍ବ ତଟ ରେଳ ଅଧୀନରେ ରହିବ । ଆନ୍ୟ ଭାଗ ଦକ୍ଷିଣ ତଟ ବିଶାଖାପାଟଣା ଅଧୀନରେ ରହିଛି।

Also Read:-ବଙ୍ଗୋପସାଗରରେ ବାତ୍ୟା ଭୟ ! ମେ' ଦ୍ୱିତୀୟ ସପ୍ତାହରେ ଆସୁଛି ବାତ୍ୟା, ଏଠାରେ କରିପାରେ ଲ୍ୟାଣ୍ଡଫଲ୍