ନୂଆଦିଲ୍ଲୀ: ଗୋଟିଏ ଯୁଗର ଅନ୍ତ, ଏକ ନୂଆ ଯୁଗର ଆରମ୍ଭ... ୨୦୨୫ ଡିସେମ୍ୱର ୧ରୁ ଭାରତର ଶାସନ ତନ୍ତ୍ର ଉପରେ ରାଜଶାସନର ଶେଷ ପ୍ରତୀକକୁ ଲିଭାଇ ଦିଆଯାଇଛି । ଦେଶର ସବୁ ରାଜ୍ୟର ରାଜ ଭବନ ଏବେ ଲୋକ ଭବନ ହେବ । ଅନ୍ୟପଟେ ଦିଲ୍ଲୀର କ୍ଷମତାର ସର୍ବୋଚ୍ଚ କେନ୍ଦ୍ର, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନୂଆ ନାଁ- 'ସେବା ତୀର୍ଥ' ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରକୁ 'ସେବା ତୀର୍ଥ' ନାଁ ଦିଆଯାଇଛି । ଏହି ନାଁ ସହ ସନ୍ଦେଶ ମଧ୍ୟ ସ୍ପଷ୍ଟ ଯେ ଏହା ସେବାର ପବିତ୍ର ସ୍ଥାନ । ନୂଆ ନାଁ ଦର୍ଶାଉଛି ଯେ ଏହି ଭବନ ଏବେ କ୍ଷମତା ପ୍ରଦର୍ଶନର ନୁହେଁ, ବରଂ ଜନସେବାର କଙ୍କଳ୍ପର ପ୍ରତୀକ ହେବ ।

ଏହି ପରିବର୍ତ୍ତନ କେବଳ ପ୍ରଶାସନିକ ନୁହେଁ ବରଂ ସାଂସ୍କୃତିକ ଓ ନୀତିଗତ ମଧ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗଭରନାନ୍ସକୁ କର୍ତ୍ତବ୍ୟ ଓ ଟ୍ରାନ୍ସପରେନ୍ସି ଦେଖାଇବା ପାଇଁ ନୂଆ ରୁପ ଦିଆଯାଇଛି । ପ୍ରତ୍ୟେକ ନାଁ, ପ୍ରତ୍ୟେକ ବିଲ୍ଡିଂ ଏବଂ ପ୍ରତୀକ ଏବେ ଗୋଟିଏ କଥାକୁ ଇଙ୍ଗିତ କରୁଛି..ସରକାର ସେବା ପାଇଁ ହୋଇଥାଏ । 

ଭାରତରେ ବ୍ରିଟିଶ ପ୍ରଭାବକୁ ଦୂର କରିବା ପାଇଁ ମୋଦୀ ସରକାର କାମ କରୁଛନ୍ତି । ପୂର୍ବରୁ, ମୋଦୀ ସରକାର ରାଜପଥକୁ "କର୍ତ୍ତବ୍ୟ ପଥ" ଭାବରେ ନାମିତ କରିଥିଲେ । ସରକାରୀ ୱେବସାଇଟ୍‌ଗୁଡ଼ିକ ଏବେ ମୁଖ୍ୟତଃ ହିନ୍ଦୀରେ ବିଷୟବସ୍ତୁ ପ୍ରଦର୍ଶିତ କରନ୍ତି । ବିଟିଂ ରିଟ୍ରିଟ୍ ସମାରୋହରେ ବ୍ୟାଣ୍ଡଗୁଡ଼ିକ ଆଉ "ଆବାଇଡ୍ ୱିଥ୍ ମି" ଭଳି ଇଂରାଜୀ ଗୀତ ବଜାନ୍ତି ନାହିଁ ।

ଏହି ପରିବର୍ତ୍ତନ ଦର୍ଶାଉଛି ଯେ କ୍ଷମତା ଏକ ଅଧିକାର ନୁହେଁ ବରଂ ଦାୟିତ୍ୱ ଅଟେ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭବନର ନାଁ ୨୦୧୬ରେ ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା । ଏପରି ଏକ ନାଁ ଯାହା ଲୋକ କଲ୍ୟାଣକୁ ସୂଚିତ କରେ, ସ୍ୱତନ୍ତ୍ରତାକୁ ନୁହେଁ । ଏହା ପ୍ରତ୍ୟେକ ନିର୍ବାଚିତ ସରକାରଙ୍କୁ ନିଜ ଦାୟିତ୍ୱକୁ ସ୍ମରଣ କରାଇଥାଏ ।