ଫ୍ରିସ୍କୋ ୨୭।୧୨: ଆମେରିକାରେ ଜନୈକ ୨୨ ବର୍ଷ ବୟଷ୍କ ଭାରତୀୟ ବଂଶୋଦ୍ଭବ ଛାତ୍ର କୁ ଫ୍ରେସ୍କୋ ପୋଲିସ ଗିରଫ କରିଛି। ମନୋଜ ସାଇ ଲେଲ୍ଲା ନାମକ ଏହି ଛାତ୍ର ନିଜ ପରିବାର ସଦସ୍ୟଙ୍କୁ ନିଆଁରେ ପୋଡି ମାରିବାକୁ ଅତଙ୍କବାଦୀ ଧମକ ଦେଇଥିଲା। ଏ ନେଇ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯିବା ପରେ ମନୋଜକୁ ଗିରଫ କରାଯାଇଛି। ମନୋଜ ଡଲାସସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ବରିଷ୍ଠ ଛାତ୍ର।

ପୋଲିସ ସୂଚନା ଅନୁସାରେ ପରିବାର ସଦସ୍ୟଙ୍କ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଦିଆଯିବା ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ମନୋଜ ଗିରଫ ହେବାର କିଛି ଦିନ ପୂର୍ବରୁ ଘରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମନୋଜ ବିରୋଧରେ ଘର ଅଥବା ପୂଜାସ୍ଥଳକୁ କ୍ଷତି କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇ ଥିବାର ଅଭିଯୋଗ କରାଯାଇଛି। ସେହିପରି ସେ ପରିବାର ଓ ଘରର ସଦସ୍ୟଙ୍କୁ ଆତଙ୍କବାଦୀ ଧମକ ମଧ୍ୟ ଦେଇଥିଲେ।

ତେବେ ପୋଲିସ କହିଛି ଯେ କୌଣସି ପୂଜାସ୍ଥଳକୁ ବିପଦର ଆଶଙ୍କା ଥିବା ନେଇ ପ୍ରମାଣ ମିଳି ନାହିଁ। ତେବେ କୋର୍ଟ କାଗଜପତ୍ରରୁ ଜଣାପଡିଛି ଯେ ନିଆଁ ଲଗାଇବାର ଅଭିଯୋଗରେ ମନୋଜ ଙ୍କ ବିରୋଧରେ ୧ଲକ୍ଷ ଡଲାର ଓ ସାଧାରଣ ଅପରାଧ ଅଭିଯୋଗରେ ୩,୫୦୦ ଡଲାରର ଜାମିନ ରାଶି ନିର୍ଦ୍ଧାରିତ ହୋଇଥିଲା।