ମୁମ୍ଵାଇ ୨୦।୩; କନ୍ନଡ ଫିଲ୍ମ ‘କେଡି: ଦ ଡେଭିଲ’ର ଗୀତ ‘ସରକେ ଚୁନର୍ ତେରି ସରକେ’ କୁ ନେଇ ବିବାଦ ଲାଗି ରହିଛି । ସଞ୍ଜୟ ଦତ୍ତ ଓ ନୋରା ଫତେହିଙ୍କୁ ନେଇ ପ୍ରସ୍ତୁତ ଏହି ଗୀତରେ ଅତ୍ୟଧିକ ଅଶ୍ଳୀଳତା ରହିଥିବାକୁ ନେଇ ବିବାଦ ଦେଖାଯାଇଛି । ରିପୋର୍ଟ ଅନୁଯାୟୀ, ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ସଙ୍ଗୀତ ନିର୍ମାତା, ସଞ୍ଜୟ ଦତ୍ତ ଓ ନୋରା ଫତେହିଙ୍କୁ ସମନ ଜାରି କରିଛନ୍ତି । ଏନସିଡବ୍ଲ୍ୟୁ ଏହାର ଏକ ବିବୃତିରେ କହିଛି ଯେ, ପ୍ରାଥମିକ ଦୃଷ୍ଟିରୁ ବିଷୟବସ୍ତୁଟି ଯୌନ ସୂଚକ, ଆପତ୍ତିଜନକ ଏବଂ ଭାରତୀୟ ନ୍ୟାୟ ସଂହିତା, ଆଇଟି ଆଇନ ଏବଂ ପୋକ୍ସୋ ଆଇନର ଉଲ୍ଲଂଘନ କରୁଛି ।

କମିଶନ କହିଛନ୍ତି ଯେ, ଗୀତଟି ସେକ୍ସୁଆଲ, ଆପତ୍ତିଜନକ ଏବଂ ଭାରତୀୟ ନ୍ୟାୟ ସଂହିତା, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ POCSO ଆଇନର ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା କରିଛି। ଫଳସ୍ୱରୂପ, କମିଶନ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ମହିଳା ଆୟୋଗ ଗୀତିକାର ରକିବ୍ ଆଲମ, ପ୍ରଯୋଜକ କେଭିଏନ୍ ଗ୍ରୁପର ଭେଙ୍କଟ କେ ନାରାୟନ ଓ କିରନ କୁମାରଙ୍କୁ ମାର୍ଚ୍ଚ ୨୪ରେ ଆୟୋଗରେ ହାଜର ହେବାକୁ ସମନ ଜାରି କରିଛନ୍ତି । ଆୟୋଗରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

NHRC ନୋଟିସ୍ ଜାରି

ନୋରା ଫତେହୀଙ୍କ ଏହି ଗୀତ ସମ୍ପର୍କରେ, ଜାତୀୟ ମାନବାଧିକାର କମିଶନ (NHRC) କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୁଗୁଲ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛି। ସରକେ ଚୁନରି'କୁ ନେଇ ବଢ଼ୁଥିବା ବିବାଦ ଯୋଗୁଁ ନିର୍ମାତା ଗୀତଟିକୁ YouTubeରୁ ହଟାଇ ଦେଇଛନ୍ତି। ଏହି ଟ୍ରାକଟି ମାଙ୍ଗଲି ଦ୍ୱାରା ଗାଇଛନ୍ତି, ଗୀତ ଲେଖିଛନ୍ତି ରକିବ ଆଲମ ଏବଂ ସଂଗୀତ ରଚନା କରିଛନ୍ତି ଅର୍ଜୁନ ଜାନ୍ୟା।

Also read- 'ସରକେ ଚୁନର୍ ତେରୀ ସରକେ' ଗୀତରେ ଡ୍ୟାନ୍ସ କରି ଅଡ଼ୁଆରେ ନୋରା ଫତେହି, ଜାରି ହେଲା ଫତଓ୍ଵା