News7 Logo

ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫, ଓଡ଼ିଶାର ଗୁରୁଙ୍କୁ ସମ୍ମାନ

NEWS7
teacher

ନୂଆଦିଲ୍ଲୀ ୦୫/୦୯: ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ । ଏହି ସମାରୋହରେ ଦେଶର ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି  କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ୪୫ ଜଣ ଶିକ୍ଷକଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ଓଡ଼ିଶାରୁ ଦୁଇ ଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି ।

ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କୋଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବସନ୍ତ କୁମାର ରାଣା ଏବଂ କୋରାପୁଟ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ତରୁଣ କୁମାର ଦାଶ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ସମସ୍ତ ଶିକ୍ଷକଙ୍କୁ ପ୍ରମାଣପତ୍ର ସହିତ ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଭେଟିଛନ୍ତି ସମସ୍ତ ଶିକ୍ଷକ। ପ୍ରଧାନମନ୍ତ୍ରୀଙ୍କଠାରୁ ଦିଆ ଯାଇଥିବା ହୋମୱାର୍କକୁ କିପରି ନିଜ ଅଞ୍ଚଳରେ ଇମ୍ପ୍ଲିମେଣ୍ଟ କରିବେ ସେଇ ଲକ୍ଷ୍ୟ ନେଇ ନିଜ ଅଞ୍ଚଳକୁ ଫେରିବେ ବୋଲି କହିଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ।