ନୂଆଦିଲ୍ଲୀ: ସବୁ ସେଗମେଣ୍ଟର ସ୍ମାର୍ଟଫୋନ ତିଆରି କରି ଗ୍ରାହକଙ୍କ ବେଶ୍ ଭରସାଯୋଗ୍ୟ ହୋଇପାରିଛି ମୋଟୋରୋଲା। ବିଶେଷ କରି ବଜେଟ ସେଗମେଣ୍ଟର ବଢ଼ିଆ ଫିଚର୍ସ ଯୋଗୁ କମ୍ପାନି ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ଆଉ ଏହିକ୍ରମରେ କମ୍ପାନି ମଙ୍ଗଳବାର ବଜେଟ ସେଗମେଣ୍ଟରେ ଲଞ୍ଚ କରିଛି ଦୁଇ ଦୁଇଟି ନୂଆ ସ୍ମାର୍ଟଫୋନ୍। ଯାହାର ନାଁ ରହିଛି ମୋଟୋ ଜି୩୭ ପାଓ୍ବାର ଏବଂ ଜି୩୭। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଦୁଇ ଫୋନର ଫିଚର୍ସ ଏବଂ ଦାମ୍।

Moto G37 ପାୱାର

Motorolaର ନୂଆ ସ୍ମାର୍ଟଫୋନ Moto G37 ପାୱାରର ଖାସ ଫିଚର୍ସ ହେଉଛି ଏହାର ବ୍ୟାଟେରୀ କ୍ଷମତା। କମ୍ପାନିର ଦାବି ଏହି ଫୋନ୍ ଥରେ ଚାର୍ଜ ହେଲେ ପ୍ରାୟ ୩ ଦିନ ବ୍ୟାଟେରୀ ବ୍ୟାକଅପ୍ ଦେଇପାରିବ। ସେହିଭଳି ଅନ୍ୟାନ୍ୟ ଫିଚର୍ସ କଥା କହିଲେ ଫୋନ, ଆଣ୍ଡ୍ରଏଡ୍ ୧୬ ଦ୍ବାରା ପରିଚାଳିତ। ଫୋନରେ MediaTek Dimensity 6400 ପ୍ରୋସେସର୍ ରହିଛି। ଯାହାଦ୍ବାରା ନ୍ଦୈନନ୍ଦିନ କାମ ଖୁବ୍ ସହଜରେ କରିହେବ।

ଫୋନର ଡିସପ୍ଲେ କଥା କହିଲେ ଏଥିରେ ୧୨୦Hz ରିଫ୍ରେସ୍ ରେଟ୍, ୧୨୦Hz ଟଚ୍ ସାମ୍ପଲିଂ ରେଟ୍ ଏବଂ ୧୦୫୦ ନିଟ୍ସର ପିକ୍ ବ୍ରାଇଟନେସ ସହ ୬.୬ ଇଞ୍ଚ HD+ LCD ସ୍କ୍ରିନ୍ ରହିଛି। ସ୍କ୍ରିନର ସୁରକ୍ଷା ପାଇଁ କର୍ଣ୍ଣିଂ ଗୋରିଲା ଗ୍ଲାସ୍ 7i ଦିଆଯାଇଛି। ସେହିଭଳି ସେହିଭଳି ଫୋନରେ ୨-ଇନ୍-୧ ଲାଇଟ୍ ସେନ୍ସର ସହ ୫୦ ମେଗାପିକ୍ସେଲର ଡୁଆଲ କ୍ୟାମେରା ସେଟଅପ୍ ଏବଂ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି।

Also Read: କିଏ ସମ୍ଭାଳିବ ସୁନୀଲ ମିତ୍ତଲଙ୍କ ସାମ୍ରାଜ୍ୟ? ଜାଣନ୍ତୁ ତାଙ୍କ ୩ ସନ୍ତାନଙ୍କ ବିଷୟରେ...

ଫୋନର ଦାମ୍ ଏବଂ ଅନ୍ୟାନ୍ୟ ଫିଚର୍ସ

ଫୋନ୍ରେ ବ୍ଲୁଟୁଥ୍ 5.4, 5G, Wi-Fi 5, GPS, 4G, 3.5mm ହେଡଫୋନ୍ ଜ୍ୟାକ୍, A-GPS ଏବଂ USB ଟାଇପ୍-C ପୋର୍ଟ ଇତ୍ୟାଦି ରହିଛି। ଫୋନ ୪+ ୧୨୮ ଜିବି ଏବଂ ୮+୧୨୮ ଜିବି ଭାରିଆଣ୍ଟରେ ଲଞ୍ଚ ହୋଇଥିବା ବେଳେ ଏହାର ମୂଲ୍ୟ ଯଥାକ୍ରମେ, ୧୫,୯୯୯ ଟଙ୍କା ଏବଂ ୧୮, ୯୯୯ ଟଙ୍କା ରହିଛି। ଫୋନର ମେମୋରୀକୁ ମାଇକ୍ରୋ ଏସଡି କାର୍ଡ ଦ୍ବାରା ୧ ଟିବି ଯାଏ ବଢ଼ାଯାଇପାରିବ।

ମୋଟୋ ଜି୩୭ର ଫିଚର୍ସ

ମୋଟୋ ଜି୩୭ର ଫିଚର୍ସ ପ୍ରାୟତଃ ଜି୩୭ ପାଓ୍ବାର ସହ ସମାନ। ହେଲେ କେବଳ ବ୍ୟାଟେରୀରେ ଫରକ ରହିଛି। ମୋଟେ ଜି୩୭ରେ ୬୪୦୦ ଏମଏଏଚର ବ୍ୟାଟେରୀ ରହିଛି। ଏହାକୁ ୪+୬୪ ଜିବି ସିଙ୍ଗିଲ ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଯାହାର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି।

Also Read: Bajaj ଚେତକ ଆଣିବ ହାଇଡ୍ରୋଜେନ ସ୍କୁଟର, ନୂଆ ଟେକ୍ନୋଲୋଜିରେ ନିଆରା ଯାତ୍ରା

ନୂଆ Moto Buds 2 ଲଞ୍ଚ୍

କମ୍ପାନି ଏହାର ନୂଆ Moto Buds 2 ମଧ୍ୟ ଲଞ୍ଚ କରିଛି। ଏଥିରେ ଡୁଆଲ୍ ଡ୍ରାଇଭର୍, IP54-ରେଟେଡ୍, 55dB ପର୍ଯ୍ୟନ୍ତ ଡାଇନାମିକ୍ ଆକ୍ଟିଭ୍ ନଏଜ୍ କ୍ୟାନସେଲେସନ୍ ଏବଂ ହାଇ-ରେଜ୍ ଅଡିଓ ରହିଛି। ଥରେ ଚାର୍ଜ କଲେ ଏହା ୧୧ ଘଣ୍ଟା ପର୍ଯ୍ୟନ୍ତ ପ୍ଲେବ୍ୟାକ୍ ଦେଇଥାଏ ଏବଂ IPX2- ରେଟେଡ୍ ଚାର୍ଜିଂ କେସ୍ ସହିତ ମୋଟ ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ଦେଇପାରିବ ବୋଲି କମ୍ପାନି କହିଛି।