ମାଥିଲି ୯।୮: ମାଲକାନଗିରି ଜିଲ୍ଲା ମହୁପଦର ଆଶ୍ରମ ବିଦ୍ୟାଳୟରେ ଆଚାନକ ପହଞ୍ଚିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଗତ କିଛି ଦିନ ପୂର୍ବେ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ବିଦ୍ୟାଳୟରେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଥିଲା । ଯାହାକୁ ନେଇ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ମାନେ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା ।

Also Read:- ଦିନେ ସମୁଦ୍ର ଥିଲା ୩ କି.ମି. ଦୂରେ, ଏବେ ଗାଁଠାରୁ ମାତ୍ର ୧୦ ମିଟର ; ଭିଟାମାଟି ହରାଉଥିବା ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଯାହା ଫଳରେ ଚିତ୍ରକୋଣ୍ଡା ବିଧାୟକ ଏହି ବିଦ୍ୟାଳୟକୁ ହଠାତ୍ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ଘଟଣା ସମ୍ପର୍କରେ ସମସ୍ତଙ୍କୁ ପଚାରି ବୁଝିବା ସହ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ପିଲାଙ୍କୁ ଦିଆଯାଉଥିବା ଭୋଜନର ମାନ ମଧ୍ୟ ଯାଞ୍ଚ କରିଛନ୍ତି । ଏପରିକି ନିଜେ ଅଚାନକ ଭାବେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟ ଖାଇବା ସହ ତାର ମାନ ମଧ୍ୟ ଯାଞ୍ଚ କରିଛନ୍ତି । ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ।

Watch Video:​​​​​​​