ଢେଙ୍କାନାଳ ୨୫।୦୪: ନାବାଳିକାଙ୍କ ଆତ୍ମହତ୍ୟା । ଅନୁଗୁଳ ସାମକୋଇରୁ ଅପହୃତ ହୋଇଥିବା ନାବାଳିକା ସଖୀ କେନ୍ଦ୍ରରେ ଆତ୍ମହତ୍ୟା କରିଛି । ନାବାଳିକାକୁ ଉଦ୍ଧାର ପରେ ସଖୀ କେନ୍ଦ୍ରରେ ରଖିଥିଲା ଅନୁଗୁଳ ପୋଲିସ ।

Also Read:-IPL 2026 : ପ୍ଲେ ଅଫ୍ ଖେଳିପାରିବନି କି ମୁମ୍ବାଇ ଇଣ୍ଡିଆନ୍ସ ? ଦଳକୁ ଦରକାର ଏତିକି ବିଜୟ, କିନ୍ତୁ...

ଗତ ଗୁରୁବାର ରାତିରେ ନାବାଳିକାକୁ ନେଇ ପଳାଇଥିବା ଯୁବକ ଆତ୍ମହତ୍ୟା କରିଥିଲା । ବାପା ମାଙ୍କୁ ପୋଲିସ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଅଭିଯୁକ୍ତ ଯୁବକ ଆତ୍ମହତ୍ୟା କରିଥିଲା । ଅଭିଯୁକ୍ତର ଆତ୍ମହତ୍ୟା ପରେ ତାଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଥିଲା। ଉଭୟ ନାବାଳିକା ଓ ଅଭିଯୁକ୍ତ ଯୁବକ ପ୍ରେମ ବିବାହ କରିଥିଲେ । ଗତ ୧ ତାରିଖରୁ ଅଭିଯୁକ୍ତ ଯୁବକ ନାବାଳିକାକୁ ନେଇ ପଳାଇଥିଲା । ଅନୁଗୁଳ ସଦର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅପହରଣ ମାମଲା କରାଯିବା ପରେ ପୋଲିସ ତଦନ୍ତ କରୁଥିଲା ।