ନୂଆଦିଲ୍ଲୀ ୨୪/୦୨: ବିଶ୍ୱର ସବୁଠାରୁ କୁଖ୍ୟାତ ଡ୍ରଗ୍ସ ଲ୍ରଡ ନିପାତ । ଏଲ୍ ମେଞ୍ଚୋ ଓରଫ ନେମେସିଓ ରୁବେନ୍ ଓସେଗୁଏରା ସର୍ଭାଣ୍ଟେସ୍ ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ । ଆଉ ଓସେଗୁଏରାଙ୍କ ମୃତ୍ୟୁ ପରେ ସାରା ଦେଶରେ ହିଂସାକାଣ୍ଡ ସୃଷ୍ଟି । ପଶ୍ଚିମ ରାଜ୍ୟ ଜାଲିସ୍କୋରେ ମେକ୍ସିକାନ୍ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଅଭିଯାନରେ ତାଙ୍କର ମୃତ୍ୟୁ ଘଟିଛି । ତେବେ 'ଏଲ୍ ମେଞ୍ଚୋ'କୁ ଧରିବାରେ ସହାୟକ ହୋଇଥିଲେ ତାଙ୍କର ପ୍ରେମିକା ।

କାରଣ ସୁରକ୍ଷା ବାହିନୀ ତାଙ୍କ ପ୍ରେମିକାଙ୍କ ଗତିବିଧି ବ୍ୟବହାର କରି ନିଶା ମାଫିଆର ସ୍ଥାନକୁ ଟ୍ରାକ୍ କରିଥିଲେ । ସଂଗେ ସଂଗେ ସେ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଥିଲେ । ପରେ ମାଫିଆର ବନ୍ଧୁକଧାରୀମାନେ ସେନା ଉପରେ ଗୁଳି ଚଳାଇଥିଲେ । ଜବାବରେ, ସେନା ଜବାବ ଦେଇଥିଲା । ଗୁଳିବିନିମୟରେ ଏଲ୍ ମେଞ୍ଚୋ ଏବଂ ତାଙ୍କର ଆଠ ଜଣ ସହଯୋଗୀ ନିପାତ ହୋଇଥିଲେ । ମାଟିରେ ମିଶିଥିଲା ନିଶା ସାମ୍ରାଜ୍ୟ । ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ପରେ ଅନେକ ରାଜ୍ୟରେ ହିଂସା ସୃଷ୍ଟି ହୋଇଥିଲା ।

ବନ୍ଧୁକଧାରୀମାନେ ରାସ୍ତା ଅବରୋଧ କରିଥିଲେ । କୋଠାଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ହିଂସାରେ ପଚିଶ ଜଣ ନ୍ୟାସନାଲ୍ ଗାର୍ଡ ସୈନିକ ପ୍ରାଣ ହରାଇଥିଲେ ଓ ଅନେକ କାର୍ଟେଲ୍ ସଦସ୍ୟ ପ୍ରାଣ ହରାଇଥିଲେ । ମେକ୍ସିକୋ ପ୍ରତିରକ୍ଷା ମନ୍ତ୍ରୀ ରିକାର୍ଡୋ ଟ୍ରେଭିଲା ରବିବାର ଏକ ସରକାରୀ ବ୍ରିଫିଂରେ କହିଛନ୍ତି ଯେ ଓସେଗୁଏରା ସର୍ଭାଣ୍ଟେରା । ଯାହାକୁ ଏଲ୍ ମେଞ୍ଚୋ ମଧ୍ୟ କୁହାଯାଏ । ମେକ୍ସିକୋର ସ୍ୱତନ୍ତ୍ର ବାହିନୀ ଦ୍ୱାରା ଏକ ଅପରେସନରେ ନିହତ ହୋଇଛି । ସେ ଏନକାଉଣ୍ଟରରେ ଆହତ ହୋଇଥିଲେ ପରେ ମେଡିକାଲ୍ କୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମେକ୍ସିକୋର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁଯାୟୀ, ଗୁପ୍ତଚର ସଂସ୍ଥାଗୁଡ଼ିକ ଏଲ୍ ମେଞ୍ଚୋଙ୍କ ସାଥୀ (ପ୍ରେମିକା)ର ଜଣେ ବିଶ୍ୱସ୍ତ ସହଯୋଗୀଙ୍କୁ ଚିହ୍ନଟ କରିଥିଲେ। ତାଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା । ଏହି ବ୍ୟକ୍ତି ଏଲ୍ ମେଞ୍ଚୋଙ୍କ ପ୍ରେମିକାକୁ ପାହାଡ଼ିଆ ରାଜ୍ୟ ଜାଲିସ୍କୋର ତାପାଲପା ସହର ନିକଟବର୍ତ୍ତୀ ଏକ ଗ୍ରାମୀଣ କମ୍ପାଉଣ୍ଡକୁ ନେଇଯାଇଥିଲେ । ସେନା ତାଙ୍କୁ ଅନୁସରଣ କରି ଏକ ଗ୍ରାମୀଣ କମ୍ପାଉଣ୍ଡକୁ ଯାଇଥିଲେ । ଯେତେବେଳେ ମହିଳା ଜଣକ ଖସି ପଳାଇଗଲେ, କର୍ତ୍ତୃପକ୍ଷ ନିଶ୍ଚିତ ହେଲେ ଯେ କାର୍ଟେଲ ନେତା କଡ଼ା ସୁରକ୍ଷା ମଧ୍ୟରେ କମ୍ପାଉଣ୍ଡ ଭିତରେ ଅଛନ୍ତି।

ସୁରକ୍ଷା ବାହିନୀ ତୁରନ୍ତ ଏକ ଅଭିଯାନ ଆରମ୍ଭ କରି ପରଦିନ ସମଗ୍ର ଅଞ୍ଚଳକୁ ଘେରି ରହିଥିଲେ। ଆମେରିକାର ଚାପରେ ଏହି ଅଭିଯାନ କରାଯାଇଥିଲା । ଏଲ୍ ମେଞ୍ଚୋଙ୍କୁ ହତ୍ୟା କରାଯାଇଥିଲା। ଡ୍ରଗ୍ସ ମାଷ୍ଟର ଏଲ୍ ମାଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋରେ ହିଂସା ଜାରି ରହିଛି । ସହରଗୁଡ଼ିକରେ ପୋଡ଼ାଜଳା ଆରମ୍ଭ ହୋଇଛି । ସେ କହିଛନ୍ତି ଯେ ସେନା ଘେରାବନ୍ଦୀ ସମୟରେ, ଓସେଗୁଏରାଙ୍କ ପ୍ରତି ବିଶ୍ୱସ୍ତ ବନ୍ଧୁକଧାରୀମାନେ ସେନା ଉପରେ ଗୁଳି ଚଳାଇ ତାଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ।

also read...

ପୃଥିବୀରେ ଏଲିଏନ୍? ଟ୍ରମ୍ପଙ୍କ ପାଖରେ ଅଛି ପ୍ରମାଣ, ବିଶ୍ୱ ଆଶ୍ଚର୍ଯ୍ୟ !

ବହୁତ ଚେଷ୍ଟା ପରେ, ସୈନିକମାନେ ତାଙ୍କୁ ଏବଂ ତାଙ୍କ ନିକଟତମ ସହଯୋଗୀମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ପାଇଥିଲେ। ଆହତ ମାଫିଆଙ୍କୁ ହେଲିକପ୍ଟରରେ ଏକ ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା, କିନ୍ତୁ ସେ ଓ ତାଙ୍କ ଦୁଇ ଅଙ୍ଗରକ୍ଷୀ ରାସ୍ତାରେ ମୃତ୍ୟୁବରଣ କରିଥିଲେ ।୫୯ ବର୍ଷୀୟ ନେମେସିଓ ଓସେଗୁଏରା CJNG କୁ ମେକ୍ସିକୋର ସବୁଠାରୁ ଶକ୍ତିଶାଳୀ ଓ ବିପଜ୍ଜନକ କାର୍ଟେଲ ମଧ୍ୟରୁ ଗୋଟିଏରେ ପରିଣତ କରିଥିଲେ ।

ଏହି ସଂଗଠନ ଆମେରିକାକୁ ଫେଣ୍ଟାନିଲ୍ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବଡ଼ ଧରଣର ଚାଲାଣ ପାଇଁ କୁଖ୍ୟାତ ଥିଲା। ତାଙ୍କ ବିରୋଧରେ ଆମେରିକା ଓ ମେକ୍ସିକୋ ଉଭୟରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଏଜେନ୍ସିଗୁଡ଼ିକ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲେ, କିନ୍ତୁ ତାଙ୍କ ପ୍ରେମିକାଙ୍କ ସାକ୍ଷାତ ଶେଷରେ ତାଙ୍କୁ ଖୋଜିବାରେ ସାହାଯ୍ୟ କଲା।

also read..

ଆମେରିକାରେ ଶକ୍ତିଶାଳୀ ବରଫ ଝଡର ଆତଙ୍କ : ୧୦ ହଜାର ବିମାନ ବାତିଲ, ଘରୁ ବାହାରିବାକୁ ଲାଗୁଛି ଡର