ଆର୍ଜେଣ୍ଟିନା: ବ୍ରେକିଂ ନ୍ୟୁଜ ଆଳରେ ମିଛ ଖବର ପ୍ରସାରଣ କରିବା କେତେ ମହଙ୍ଗା ସାବ୍ୟସ୍ତ ହୋଇପାରେ ତାହା ଦେଖିବାକୁ ମିଳିଛି। ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ପିତାଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରସାରଣ କରିବା ଯୋଗୁଁ ଚାକିରି ହରାଇଛନ୍ତି ଆର୍ଜେଣ୍ଟିନାର ଜଣେ ନ୍ୟୁଜ୍ ଆଙ୍କର। ଲୁଜୁ ଟିଭି ଆଙ୍କର ଫ୍ଲୋରେନ୍ସିଆ ପେନା ଜର୍ଜ ମେସିଙ୍କ ମୃତ୍ୟୁ ହୋଇଥିବା ସେ କହିଥିଲେ। ଏପରିକି ମେସି ଆଉ 2026 ଫିଫା ବିଶ୍ୱକପ୍ ଖେଳିବେ ନାହିଁ। ଏହି ଖବର ପରେ ମେସି ପରିବାର ବିବୃତ୍ତି ଜାରି କରିଛନ୍ତି। କୁହାଯାଇଛି ଯେ ମେସିଙ୍କ ପିତା ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ହସ୍ପିଟାଲରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି।

ଏହି ଭୁଲ ପରେ, ଫ୍ଲୋରେନ୍ସିଆ ପେନା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମେସିଙ୍କ ପରିବାରକୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏକ ଲାଇଭ୍ ପ୍ରସାରଣ ସମୟରେ ତାଙ୍କ ଇୟରପିସ୍ ମାଧ୍ୟମରେ ଭୁଲ ସୂଚନା ଦିଆଯାଇଥିଲା। ପରେ ପେନା ସୋସିଆଲ ମିଡିଆରେ କହିଛନ୍ତି, "ମେସି ପରିବାର ଯେଉଁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି ସେଥିପାଇଁ ମୁଁ ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ମୁଁ କାରଣ ହୋଇଥିବା ପାଇଁ ଗଭୀର ଭାବରେ ଦୁଃଖିତ।"

ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଭୁଲ ସୂଚନା ଶୋ'ର ପ୍ରଡକ୍ସନ୍ ଟିମ୍ ଦ୍ୱାରା ଲାଇଭ୍ ପ୍ରସାରଣ ସମୟରେ ଦିଆଯାଇଥିଲା। ତଥାପି, ମୁଁ ମୋର ଭୁଲ ପାଇଁ ଦାୟିତ୍ୱ ନେଉଛି ଏବଂ ଲୁଜୁଠାରୁ ଅଲଗା ହେଉଛି।

ଲୁଜୁ ମଧ୍ୟ ଏନେଇ ବିବୃତ୍ତି ଜାରି କରି କହିଛି। ଭୁଲ ପାଇଁ ଦାୟୀ କର୍ମଚାରୀଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦିଆଯାଇଛି। ଲୁଜୁ ବିବୃତ୍ତିରେ କହିଛନ୍ତି, "କାର୍ଯ୍ୟକ୍ରମ ସମୟରେ ଘଟିଥିବା ଏହି ଘଟଣା ପାଇଁ ଆମେ ଗଭୀର ଭାବରେ ଦୁଃଖିତ। ଉପଯୁକ୍ତ ତଦନ୍ତ ବିନା ସମ୍ବେଦନଶୀଳ ସୂଚନା ପ୍ରସାରଣ କରିବା ଆମ ଚ୍ୟାନେଲ ପାଇଁ ଗ୍ରହଣୀୟ ନୁହେଁ। ଫଳସ୍ୱରୂପ, ଲୁଜୁ ଟିଭି ପରିଚାଳନା ସମସ୍ତ ଦାୟୀଙ୍କୁ ହଟାଇ ଦେଇଛି। ଫ୍ଲୋରେନ୍ସିଆ ପେନା ମଧ୍ୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ମେସି ପରିବାର ଏହି ସମ୍ପୂର୍ଣ୍ଣ ମାମଲାରେ ଆପତ୍ତି ପ୍ରକାଶ କରିଛନ୍ତି। ପରିବାର କହିଛି, "ଗତ କିଛି ଘଣ୍ଟା ଧରି ପ୍ରସାରିତ ଗୁଜବ ଏବଂ କଳ୍ପନାଜଳ୍ପନାକୁ ମାନସିକ ନିର୍ଯାତନା ଦେଇଛି। ପ୍ରକାଶିତ ସୂଚନାକୁ ସତ୍ୟ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ।