ଭୁବନେଶ୍ୱର ୧୭।୦୫ : ଟାୟାର ଫାକ୍ଟ୍ରିରେ ଭୟଙ୍କର ନିଆଁ । ଭୁବନେଶ୍ବର ମଞ୍ଚେଶ୍ୱରରେ ଥିବା ଟାୟାର ରିସୋଲିଂ ଫ୍ୟାକ୍ଟ୍ରିରେ ଲାଗିଥିବା ନିଆଁ ନିୟନ୍ତ୍ରଣ ହୋଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଅନେକ ସଂପତ୍ତି ଜଳପୋଡ଼ି ପାଉଁଶ ହୋଇଯାଇଛି । 

ଖବର ଅନୁଯାୟୀ, ରାତି ପ୍ରାୟ ୩ଟାରେ ନିଆଁ ଲାଗିଥିବା ବେଳେ ଏହାକୁ କାବୁ କରିବା ପାଇଁ ପ୍ରାୟ ୩ଘଣ୍ଟା ସମୟ ଲାଗିଥିଲା। ପ୍ରଥମେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଆୟତ୍ତ ହେବା ପୂର୍ବରୁ ଦୁଇଟା ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି। ଏହାପରେ କଳ୍ପନା, ପାହାଳ, ଚନ୍ଦ୍ରଶେଖରପୁର, ସେକ୍ରେଟାରିଏଟ ଏବଂ ଷ୍ଟ୍ରାଇକିଂ ଫୋର୍ସ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Also Read:-zodiac: ସୃଷ୍ଟି ହେଉଛି ଗଜଲକ୍ଷ୍ମୀ ରାଜଯୋଗ, ଏହି ରାଶି ବ୍ୟକ୍ତିଙ୍କ ପାଇଁ ଭାରି ଶୁଭ; ଟଙ୍କାରେ ଖେଳିବେ ଏହି ରାଶି

ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଡେପୁଟି ଫାୟାର ଅଫିସର ପହଞ୍ଚିବା ସହ ୬ଟି ଫାୟାର ଷ୍ଟେସନର ୯ଟି ଗାଡି ଓ ରୋବୋଟିକ୍ ମନିଟର୍ ନିୟୋଜିତ ହୋଇଥିଲେ। ସ୍ଥିତି ସାଂଘାତିକ ହେବାରୁ ଷ୍ଟ୍ରାଇକିଙ୍ଗ ଫାୟାର ଫୋର୍ସ ଓ ରୋବଟିକ ମନିଟର ଭିତରେ ପଶି ନିଆଁ ଲିଭାଇଥିଲେ। ଶେଷରେ ପାଖାପାଖି ୩ଘଣ୍ଟା ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା। ରିସୋଲିଂ ଟାୟାର ଫ୍ୟାକ୍ଟ୍ର ଭିତରରେ ଥିବା ଦୁଇଟି ୱାର୍କସପରେ ପାଖାପାଖି ୧କୋଟି ରୁ ଅଧିକ ଟଙ୍କାର ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି।