ଭୁବନେଶ୍ୱର ୨୨/୧୨: ବିଜେପି ଗଡ଼ ଭାଙ୍ଗୁଛି କି ବିଜେପି? ଦୁର୍ବଳ ହେଉଛି କି ନବୀନଙ୍କ ଟିମ୍? ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟର ନେତାଙ୍କ ମନରେ । ଖାସ୍ କରି ଏସବୁ ପାଇଁ ସିଧାସଳଖ ବିଜେପିକୁ ଦାୟୀ କରାଯାଉଛି । ତେବେ ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଜେଡି ଗଡ଼ ଭିତରେ ଧସେଇ ପଶୁନି ବିଜେପି । ସେମାନେ ତାଙ୍କ ସଂଗଠନ ରକ୍ଷା କରନ୍ତୁ ।

 

ବିଜେଡି ନେତାଙ୍କୁ ଚାପ ପକାଇ ବିଜେପିରେ ସାମିଲ କରିବା ଅଭିଯୋଗକୁ ନେଇ ଏମିତି କହିଛନ୍ତି ବିଜେପି ରାଜ୍ୟ ସଭାପତି ।ସେ ଆହୁରି କହିଛନ୍ତି ଆମେ କୋଉ ଗଡ଼ରେ ଧସେଇ ପଶୁନି । ସେମାନେ ତାଙ୍କ ସଂଗଠନକୁ ଶକ୍ତିଶାଳୀ କରି ରଖନ୍ତୁ । ଆମେ ବି ଚାହୁଁଚୁ ଓଡ଼ିଶାରେ ବିରୋଧୀ ଦଳ ଶକ୍ତିଶାଳୀ ହେଉ । ତାଙ୍କ ଗଡ଼ ଭିତରେ ଆମେ ପଶୁନୁ । ଯେଉଁମାନେ ଚାହୁଁଛନ୍ତି ଆମକୁ ଯୋଗାଯୋଗ କରୁଛନ୍ତି ଆମେ ନିଷ୍ପତ୍ତି ନେଉଛୁ । ଯିଏ ଆମ ବିଚାରଧାରାକୁ ପସନ୍ଦ କରିବ ସରକାରଙ୍କୁ ସମର୍ଥନ କରିବ ତାକୁ ଆମେ ସାମିଲ କରିବୁ ।