ନୂଆଦିଲ୍ଲୀ,୦୯/୦୮: ଧନୀଙ୍କ ନିଆରା ସଉକ । କୁକୁର ହେବାକୁ ଇଚ୍ଛା ହେଲା । ଆଉ ଇଚ୍ଛାକୁ ପୂରଣ ମଧ୍ୟଲେ । ଯେଉଁଥିପାଇଁ ଖର୍ଚ୍ଚ କରିଦେଲେ୨୦୦କୋଟିରୁଟଙ୍କାରୁ ଅଧିକ ଅର୍ଥ । ଏହାପରେ ନିଜେ ମଣିଷରୁ ପାଲଟିଗଲେ କୁକୁର । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଜାପାନରେ । ଯାହାର ଭିଡିଓସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନେଟିଜେନ୍ସଙ୍କ କହିବାନୁସାରେ, ଜାପାନର ୨୬ ବର୍ଷୀୟ କୋଟିପତି ‘ଜାସୋ’ ନିଜେ କୁକୁର ଭଳି ଦେଖାଯିବା ପାଇଁ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଜାସୋ ନିଜ ଚେହେରା ଓ ଶରୀରର ଆକୃତି ପରିବର୍ତ୍ତନ ପାଇଁ ଅନେକ ଅସ୍ତ୍ରୋପଚାର କରାଇଥିଲେ। ଏହା ପରେ ସେ କୁକୁର ଭଳି ଦେଖାଯିବା ସହ କୁକୁର ଭଳି ଚାଲିବା ଏବଂ ଜୀବନଯାପନ କରିବାକୁ ଚେଷ୍ଟା କରୁଛନ୍ତି । ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ନେଟିଜେନ୍ସ ନାନା ପ୍ରତିକ୍ରିୟା ଦେଇଛନ୍ତି । କିଛି ୟୁଜର୍ସ ମଜାଳିଆ ମନ୍ତବ୍ୟ ଦେଇ କହିଛନ୍ତି ଯେ ସାଧାରଣତଃ କୋଟିପତିମାନେ ଦାମୀ କାର, ଆଲିଶାନ ଘର କିମ୍ବା ବିଳାସପୂର୍ଣ୍ଣ ଜୀବନଶୈଳୀରେ ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ ଆଜିକାଲି ସମୟ ବଦଳୁଛି । ଲୋକଙ୍କ ଇଚ୍ଛାରେ ପରିବର୍ତ୍ତନ ଆସୁଛି । ଜାସୋଙ୍କ ଭିଡିଓ ଯଦି ସତ ହୁଏ, ତେବେ ଏହା ନିଶ୍ଚିତ ଭାବେ ଏକ ଅସାଧାରଣ ଘଟଣା।

ଅନ୍ୟପକ୍ଷରେ, ଅନେକ ୟୁଜର୍ସ ଭାଇରାଲ୍ ଦାବିର ସତ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି। ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ପ୍ରକୃତରେ କିଏ, ସେ ପ୍ରକୃତରେ ଏତେ ବଡ଼ ରାଶି ଟଙ୍କା ଖର୍ଚ୍ଚ କରିଛନ୍ତି କି ନାହିଁ ଏବଂ ତାଙ୍କର କୌଣସି ଅସ୍ତ୍ରୋପଚାର ହୋଇଛି କି ନାହିଁ, ସେସବୁ ନେଇ ସ୍ପଷ୍ଟ ପ୍ରମାଣ ନଥିବାରୁ ସନ୍ଦେହ କରାଯାଉଛି। ବିଶେଷଜ୍ଞମାନେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅସାଧାରଣ ଦାବିଗୁଡ଼ିକୁ ଯାଞ୍ଚ ନକରି ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି। କେବଳ ଏକ ଭିଡିଓ କିମ୍ବା ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ବଡ଼ ଦାବିକୁ ସତ୍ୟ ବୋଲି ଗ୍ରହଣ କରିବା ଠିକ୍ ନୁହେଁ।

Also Read :- ବ୍ରାହ୍ମଣୀରେ ଆସିବ ବନ୍ୟା ! ଖୋଲିଲା ମନ୍ଦିରା ଡ୍ୟାମର ୬ ଗେଟ୍

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଡିଓ ସତ ନା ଫେକ୍ ସେନେଇ ସରକାରୀ ଭାବେ କିଛି ସୂଚନା ମିଳିନାହିଁ । କାରଣ ଲକ୍ଷେ କି ଦୁଇ ଲକ୍ଷ ନୁହେଁ । ଜାସୋ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାକୁ ବିଶ୍ୱାସ କରିବା ଅନେକ ନେଟିଜେନ୍ସଙ୍କ ପାଇଁ ଅସମ୍ଭବ ମନେ ହେଉଛି ।