ପୁରୀ ୨୬।୯: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଏଏସଆଇ ଡିଜି ୟଦୁବୀର ସିଂ ରାଓ୍ବତ । ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଏଏସଆଇ ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ନେଇ ଏଏସଆଇ ସବୁବେଳେ ପ୍ରୟାସ ଜାରି ରଖିଛି । ମୁଖ୍ୟତଃ ଶ୍ରୀମନ୍ଦିରର ବିଭିନ୍ନ ସଂରକ୍ଷଣ କାର୍ଯ୍ୟ ଏଏସଆଇ ପକ୍ଷରୁ କରାଯାଉଛି ।

ସେହିପରି କୋଣାର୍କ ମନ୍ଦିର ଜଗମୋହନ ଭିତରୁ ବାଲି କଢା ପ୍ରକ୍ରିୟା ନେଇ କାର୍ଯ୍ୟ କରାଯାଉଛି । ବାଲି କଢାଯିବା ପରେ କୋଣାର୍କ ମନ୍ଦିରର ସୁରକ୍ଷା କିଭଳି କରାଯାଇପାରିବ ସେ ଦିଗରେ ମଧ୍ୟ ଏଏସଆଇର ସ୍ବତନ୍ତ୍ର ଯୋଜନା ରହିଛି । କୋଣାର୍କ ମନ୍ଦିରରୁ ବାଲି କଢା ପ୍ରକ୍ରିୟା ଏକ ସମୟ ସାପେକ୍ଷ କାର୍ଯ୍ୟ ହୋଇଥିବାରୁ ଏହି କାର୍ଯ୍ୟକୁ ଧିରେ ଧିରେ ପର୍ଯ୍ୟାୟ କ୍ରମେ କରାଯାଉଛି । ବାଲି କଢାଯିବା ପ୍ରକ୍ରିୟା ଶେଷ ହେବା ପରେ ମନ୍ଦିର ଭିତର ଅଂଶ କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ ।

Also Read:- ମୟୂରଭଞ୍ଜରେ ପ୍ରବଳ ବର୍ଷାର ପ୍ରଭାବ: ଜଳକାରେ ଷଷ୍ଠ ବନ୍ୟା, ଯାତାୟାତ ଠପ୍

ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରିର ସୁରକ୍ଷା ଏବଂ ସଂରକ୍ଷଣ କାର୍ଯ୍ୟ ଏଏସଆଇର । ଓଡ଼ିଶାର ପ୍ରତ୍ୟେକ ସ୍ମାରକୀର ସଂରକ୍ଷଣ ଏବଂ ଉନ୍ନତିକରଣ ଅତ୍ୟନ୍ତ ଗୁରୁତର ସହ ନିଆଯାଇ କରାଯାଉଛି ବୋଲି କହିଛନ୍ତି ଏଏସଆଇ ଡିଜି । ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଏସଆଇ ଡିଜି ଉପସ୍ଥିତ ରହି ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରର ସୁରକ୍ଷା ଓ ସଂଗ୍ରକ୍ଷଣ କାର୍ଯ୍ୟ ପାଇଁ କିଭଳି ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଛନ୍ତି ଏଏସଆଇ ଡିଜି ।

Watch Video: