ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (ଏମଏସସିଇ) ଭିବଣ୍ଡିରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହରେ ରବିବାର ଅନୁଷ୍ଠିତ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ୨୦୨୬କୁ ସ୍ଥଗିତ କରିଦେଇଛନ୍ତି। ଏମଏସସିଇ ଦ୍ୱାରା ଜାରି ଏକ ଅଧିକାରୀକ ଅଧିସୂଚନା ଅନୁସାରେ ପରିଷଦକୁ ସମ୍ଭାବିତ ଡାଟା ଲିକ୍ ସମ୍ପର୍କରେ ଗୋପନୀୟ ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ ଭିବଣ୍ଡି ପୋଲିସ ସେହି ସ୍ଥାନ ଉପରେ ଚଢଉ କରିଛି ଯେଉଁଠୁ କଥିତ ରୂପେ କିଛି ଲୋକଙ୍କ ନିକଟରୁ ପରୀକ୍ଷା ସମ୍ପର୍କିତ ସାମଗ୍ରୀ ମିଳିଛି।

ପରେ ଏମଏସସିଇ ଅଧିକାରୀମାନେ ପୁଷ୍ଟି କରିଛନ୍ତି ଯେ ଜବତ ସାମଗ୍ରୀ ମଧ୍ୟରୁ କିଛି ଟିଇଟି ପ୍ରଶ୍ନପତ୍ର ସହ ମେଳ ଖାଉଛି। ଏଣୁ ପରୀକ୍ଷାର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିବା ଯୋଗୁ ୨୮ ଜୁନ ରବିବାରଅନୁଷ୍ଠିତ ହେବାକୁଥିବା ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି। ଟିଇଟି ପାଇଁ ନୂଆ ତାରିଖ ପରେ ଘୋଷଣା ହେବ ବୋଲି ଅଧିକାରୀ କହିଛନ୍ତି। ଏଣୁ ଟିଇଟି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦଙ୍କ ଅଧିକାରୀକ ଅପଡେଟ୍ କୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।