ଭୁବନେଶ୍ୱର, ୨୫/୦୯ : ଭାରତରୁ ବିଦାୟ ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ହେଲେ ବର୍ଷା ଭୟ ଥମୁନାହିଁ। ତୁହାକୁ ତୁହା ଲଘୁଚାପ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ପଞ୍ଜାବ ଓ ହରିୟାଣାରୁ ମୌସୁମୀର ଲେଉଟାଣିରେ ଲାଗିଛି ବ୍ରେକ୍। ଏଭଳି ସ୍ଥିତିରେ ଆଉ ଏକ ବଡ଼ ବାୟୁମଣ୍ଡଳୀୟ ଘଟଣା ଆଗକୁ ବର୍ଷା ବିତ୍ପାତର କାରଣ ସାଜିବାକୁ ଯାଉଛି।

ସଦ୍ୟ ଉପଗ୍ରହ ଚିତ୍ରରେ ଏକ ବିଶାଳ ମେଘମାଳା ଆକାଶରେ ଦୃଶ୍ୟମାନ ହୋଇଛି। ଏହା ଭାରତୀୟ ଉପମହାଦେଶରୁ ଚୀନ୍ ପର୍ଯ୍ୟନ୍ତ ଲମ୍ବିଛି । ଏହା ପ୍ରାୟ ୪ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାଯୋଗୁ ପାଣିପାଗ ବ୍ୟବସ୍ଥାରେ ବଡ଼ ପରିବର୍ତନ ଦେଖାଯିବା ଆଶଙ୍କା କରାଯାଉଛି। ଏହି ବିଶାଳ ବାଦଲ ଖଣ୍ଡ ଉତ୍ତର ଓ ମଧ୍ଯ ଭାରତରୁ ହିମାଳୟ ଅଞ୍ଚଳ ଏବଂ ପୂର୍ବ ଦିଗରେ ଚୀନ୍ ଓ ଦକ୍ଷିଣପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପିଛି। ଏହା ବେଶ୍ ଚଉଡ଼ା ଏବଂ ଏଥିରେ ଘନ ବାଦଲ ଖଣ୍ଡ ଭରି ରହିଛି। ଭାରତ ଓ ଚୀନ୍ ବ୍ୟତୀତ ପଡ଼ୋଶୀ ବାଂଲାଦେଶ, ମ୍ୟାମାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ମେଘଖଣ୍ଡ ଦୃଶ୍ୟମାନ ହେଉଛି।

ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଉପରେ ଏହି ମେଘମାଳାର ମୋଟା ଆସ୍ତରଣ ଦେଖାଯାଉଛି। ଏହା ବାଂଲାଦେଶ ଓ ହିମାଳୟର ପାଦଦେଶ ଆଡ଼କୁ ବ୍ୟାପିଛି। ମେଘମାଳା ଭିତରେ ଥିବା କେତେକ ଉଜ୍ଜ୍ବଳ ଅଂଶ ସମ୍ଭାବ୍ୟ ତରଳ ପଦାର୍ଥର ଉପସ୍ଥିତିକୁ ସୂଚାଉଛି । ଏହାଦ୍ୱାରା ପ୍ରବଳ ବର୍ଷା ଏବଂ ବଜ୍ରପାତ ସୃଷ୍ଟି ହୋଇପାରେ ବୋଲି କୁ ହାଯାଉଛି। ଏଭଳି ବିଶାଳ ମେଘମାଳା ସବୁବେଳେ ସୃଷ୍ଟି ହୁଏନାହିଁ । ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ବ୍ୟାପକ ମାତ୍ରାରେ ଏକତ୍ରିତ ହେଲେ ଏହାକୁ ଇନ୍ଧନ ମିଳିଥାଏ। ଏହାଛଡ଼ା ମୌସୁମୀ ପ୍ରବାହ, ଲଘୁଚାପ କ୍ଷେତ୍ର କିମ୍ବା ଏହା ସହ ଜଡ଼ିତ ଅନ୍ୟ ବାୟୁମଣ୍ଡଳୀୟ ବିଶୃଙ୍ଖଳା ବି ବଡ଼ କାରଣ ସାଜିଥାଏ । ମୌସୁମୀ ବାୟୁ ଏବେ ବି ସକ୍ରିୟ ରହିଛି ।

Also Read :- ଆଗକୁ ବଢୁଛି ଗଭୀର ଅବପାତ : ରବିବାର ଯାଏଁ ଛାଡିବନି ବର୍ଷା ! ଏହି ଜିଲ୍ଲାରେ ପ୍ରବଳ ଛେଚିବ

ଉପଗ୍ରହ ଚିତ୍ରରୁ ଆଉ ଗୋଟିଏ କଥା ସ୍ପଷ୍ଟ ହୋଇଛି। କୌଣସି ସ୍ଥାନରେ ବର୍ଷା ହେଲେ ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ସ୍ଥାନରେ ରହିଥାଏ। । ବେଳେବେଳେ ଗୋଟିଏ ପାଖ ଅଞ୍ଚଳରେ ହୋଇ ନ ଥାଏ। ଏହାସତ୍ତ୍ବେ ବାୟୁମଣ୍ଡଳରେ ହଜାର ହଜାର କିଲୋମିଟର) ପର୍ଯ୍ୟନ୍ତ ବ୍ୟାପିଛି। ଅନ୍ୟପକ୍ଷରେ କେବଳ ଉପଗ୍ରହ ଚିତ୍ରରୁ ଏହି ମେଘମାଳାର ସଠିକ୍ ଲମ୍ବ ନିରୂପଣ କରାଯାଇ ପାରିବ ନାହିଁ । ତେଣୁ ୪ ହଜାର କିଲୋମିଟରର ଏହି ମେଘଖଣ୍ଡକୁ କେବଳ ଆକଳନ ଭାବେ ଗ୍ରହଣ କରାଯିବା ଉଚିତ ବୋଲି କୁହାଯାଇଛି।