ରୋସାରିୟୋ: ବିଶ୍ୱ ଫୁଟବଲର ଜଣାଶୁଣା ଖେଳାଳି ତଥା ଆର୍ଜେଣ୍ଟିନା ଟିମ୍ କ୍ୟାପ୍ଟେନ ଲିୟୋନେଲ ମେସ୍ସିଙ୍କ ପିତା ଜର୍ଜ ମେସ୍ସୀଙ୍କ ଶନିବାର ପରଲୋକ ହୋଇଛି। ଆର୍ଜେଣ୍ଟିନା ର ରୋସାରିୟୋ ସହରର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଲୋକ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ରୋସାରିୟୋ ସ୍ଥିତ କ୍ଲବ ଏଟଲେଟିକୋ ନ୍ୟୁୱେଲସ୍ ଓଲ୍ଡ ବୟେଜ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଦୁଃଖଦ ଖବର ସେୟାର କରିଛି। ପୋଷ୍ଟରେ କୁହାଯାଇଛି ଯେ ଗତ କିଛି ମାସ ହେଲା ସେ ଏକ ଅଜ୍ଞାତ ରୋଗରେ ଚିକିତ୍ସିତ ହେଉଥିଲେ।

କ୍ଲବ ତାଙ୍କୁ ସେହି ସ୍ତମ୍ବ ଓ ବ୍ୟକ୍ତି ଭାବେ ଚିତ୍ରଣ କରିଛି ଯିଏ ପତ୍ନୀ ସେଲିୟା କୁକିତିନୀଙ୍କ ସହିତ ଦୂରଦର୍ଶିତା ଓ ସ୍ନେହରେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଙ୍କ କ୍ୟାରିୟରକୁ ଗଢିଥିଲେ। ଜର୍ଜ ମେସ୍ସୀଙ୍କ ବିୟୋଗରେ ଦକ୍ଷିଣ ଆମେରିକା ଫୁଟବଲ କ୍ଲବ ମଧ୍ୟ ଏକ ବୟାନ ଜାରି କରି ଲିୟୋନେଲ ମେସ୍ସିଙ୍କୁ ନିଜର ସମବେଦନା ଜଣାଇଛି। ଲିୟୋନେଲ ମେସ୍ସି ଗତ ଫିଫା ଫୁଟବଲ ୱାର୍ଲଡକପ୍ ରେ ଆର୍ଜେଣ୍ଟିନାକୁ ଉପବିଜେତା କରିଥିଲେ। ତେବେ ଏହି ୱାର୍ଲଡକପ୍ ଚାଲିଥିବା ବେଳେ ଜର୍ଜ ମେସ୍ସିଙ୍କ ଅସୁସ୍ଥତା ସମ୍ପର୍କରେ ପରିବାର ସୂଚିତ କରିଥିଲା। ହେଲେ ତାଙ୍କ ରୋଗର ଲକ୍ଷଣ ଅଥବା ପ୍ରକୃତି ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ।

ଜର୍ଜ ମେସ୍ସି କେମିକାଲ ଟେକ୍ନିସିୟାନ ଥିଲେ ଓ ଷ୍ଟିଲ ଉଦ୍ୟୋଗରେ କାମ କରୁଥିଲେ। ସେ ମିଡଫିଲ୍ଡର ଭାବେ ଫୁଟବଲ ମଧ୍ୟ ଖେଳୁଥିଲେ। ଏଥି ପାଇଁ ସେ ନ୍ୟୁୱେଲସ୍ ଓଲ୍ଡ ବୟେଜର ଯୁବ ଟିମ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ତେବେ ଆର୍ଜେଣ୍ଟିନାର ବାଧ୍ୟତାମୂଳକ ସୈନ୍ୟ ସେବା ପୁରା କରିବାକୁ ତାଙ୍କୁ ଫୁଟବଲ ଛାଡିବାକୁ ପଡିଥିଲା। ସେ ତାଙ୍କ ତୃତୀୟ ପୁତ୍ର ଲିୟୋନେଲଙ୍କ କ୍ୟାରିୟର ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଲିୟୋନେଲଙ୍କ ଏଜେଣ୍ଟ ଥିଲେ ଓ ତାଙ୍କ ବ୍ୟବସାୟିକ ବ୍ୟାପାର ପ୍ରବନ୍ଧନ କରୁଥିଲେ।

୨୦୦୦ ମସିହା ଆରମ୍ଭରେ ସେ ଯୁବ ଲିୟୋନେଲ ମେସ୍ସିଙ୍କୁ ଟ୍ରାୟେଲ ପାଇଁ ବାର୍ସିଲୋନା ନେଇଯାଇଥିଲେ। ଏହି ଟ୍ରାୟଲରେ ଲିୟୋନେଲ ମେସ୍ସିଙ୍କ ଲାଗି କ୍ୟାଟାଲୁନିୟା କ୍ଲବର ଯୁବ ଏକାଡେମୀ ଲା ମାସିୟାର ଦ୍ୱାର ଖୋଲିଥିଲା। ଲିୟୋନେଲ ମେସ୍ସି ୨୦୦୫ ମସିହାରେ ପେଷାଦାର ଫୁଟବଲରେ ପଦାର୍ପଣ କରିଥିଲେ ଓ ପରେ ୮ଥର ‘ବ୍ୟାଲୋନ ଡିୟୋର’ ପୁରସ୍କାର ଜିତିଥିଲେ। ସେ ୨୦୨୨ ମସିହାରେ ଆର୍ଜେଣ୍ଟିନାକୁ ଚାମ୍ପିୟନ ଟାଇଟଲ ଦେଇଥିଲେ।