ନୂଆଦିଲ୍ଲୀ,୦୪/୦୮ :ପୃଥିବାରେ ମାଡ଼ ହେବ ବିରାଟ କ୍ଷୁଦ୍ରଗ୍ରହ, ଆଷ୍ଟ୍ରୋଏଡ୍ ବା ଗ୍ରହାଣୁ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ଜୀଗ ଜବତ । ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି । କାରଣ ଖୁବ୍ କମ୍ ବର୍ଷ ମଧ୍ୟରେ ପୃଥିବୀରେ ଏକ ବିରାଟ ଆଷ୍ଟ୍ରୋଏଡ୍ ବା କ୍ଷୁଦ୍ରଗ୍ରହ ମାଡ ହେବାକୁ ଯାଉଛି । ଯାହାର ନାଁ ବୈଜ୍ଞାନିକ ଦେଇଛନ୍ତି 'ବେନୁ' ।

ଷ୍ଟାର୍ ଇନସାଇଡରରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ଆଷ୍ଟ୍ରୋଏଡ୍ କେବେ ମାଡ଼ ହେବ ତାହାର ତାରିଖ ସାମ୍ନାକୁ ଆସିଛି । ଏହାର ପ୍ରଭାବ ୨୨ଟି ପରମାଣୁ ବୋମା ସହ ସମାନ । ଅର୍ଥାତ ପୃଥିବୀ ଉପରେ ଗୁରୁତର ପ୍ରଭାବ ପଡିବ । ହିରୋସୀମା ନାଗାସାକି ଭଳି ପୃଥିବୀର ଅବସ୍ଥା ହୋଇଯିବ ।

Also Read :- ନାଲି ରଙ୍ଗର କାରରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ପ୍ରତି ବର୍ଷରେ 'ବେନୁ' ପଥିବୀକୁ ପରିକ୍ରମା କରୁଛି । କିନ୍ତୁ ୨୧୮୨ମସିହା ସେପ୍ଟେମ୍ବର ୨୪ ତାରିଖରେ ଏହା ଭୂପୃଷ୍ଣରେ ମାଡ ହେବ । ସେତେବେଳେ ଏହା ଭୟଙ୍କର କ୍ଷତି କରିବ । ଦେଖିବାକୁ ଗଲେ ଏବେକାର ସମୟ ଏବଂ ୨୧୮୨ ମସିହା ମଧ୍ୟରେ ବହୁତ ବ୍ୟବଧାନ ରହିଛି । ଏହାସତ୍ତ୍ୱେ ନାସା ଏହାକୁ ଆକାଶରେ ଧ୍ୱଂସ କରିବାକୁ ଚାହୁଁଛି । ଏଥିପାଇଁ ମିଶନ ଆରମ୍ଭ ହୋଇଛି । ଏହି ମିଶନରେ ପୂର୍ବରୁ ଗ୍ରହାଣୁ ବେନୁର ନମୂନା ସଂଗ୍ରହ କରାଯାଇଛି । ଯାହା ଏହାକୁ ମହାକାଶରେ ହିଁ ନଷ୍ଟ କରିବାରେ ସାହାଯ୍ୟ କରିବ ବୋଲି ନାସାର ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ, ଆଷ୍ଟ୍ରୋଏଡ୍ 'ବେନୁ'କୁ ପ୍ରତିହତ କରିବା ପାଇଁ ନାସା ବହୁ ପୂର୍ବରୁ ମିଶନ ଆରମ୍ଭ କରିଛି ।୨୦୨୩ରେ ଏହାର ନମୂନା ସଂଗ୍ରହ କରାଯାଇଥିଲା । ଯାହା ପରେ ସଂଗ୍ରହ କରାଯାଇଥିବା ନମୂନାର ପରୀକ୍ଷାନିରୀକ୍ଷା କରାଯାଉଛି ।