ଭୁବନେଶ୍ୱର  ୧୭।୦୩ : ବିଧାନସଭାରେ SCB ତାତି । କଟକ ବଡ଼ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ୍‌ । ଗୃହ ଆରମ୍ଭ  ହେବା ମାତ୍ରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ହଙ୍ଗାମା । ଏପିରିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି କାହା କଥା ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ମଧ୍ୟାହ୍ନ ୧୨ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ଶାସକ ଦଳକୁ ଲଗାତର ଭାବେ ଟାର୍ଗେଟ କରିଆସୁଛନ୍ତି ବିରୋଧୀ । ଏହିକ୍ରମରେ ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା କାର୍ଯ୍ୟ ଦିବସ । ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ । ଯାହାକୁ ନେଇ ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ । ସେହିପରି ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ବିରୋଧୀ ପ୍ରଦର୍ଶନ କରିଥିଲେ ବିରୋଧୀ । 

ସେପଟେ ବାଚସ୍ପତିଙ୍କ ପକ୍ଷରୁ ବିରୋଧୀ ସଦସ୍ୟଙ୍କୁ ଶାନ୍ତ ହୋଇ ବସିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ବିରୋଧୀ ସଦସ୍ୟ କୌଣସି କଥା ଶୁଣିନଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ