ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କୋଲମ୍ବୋରେ ଏକ ଅସାଧାରଣ ରତ୍ନ (ମଣି) ପ୍ରଦର୍ଶିତ ହୋଇଛି । ହୀରା ଅପେକ୍ଷା ଚମତ୍କାର ଏବଂ ଆକର୍ଷଣୀୟ ଏହି ବାଇଗଣୀ ରଙ୍ଗର ଧାତୁର ଓଜନ ୩,୫୬୩ କ୍ୟାରେଟ୍ ବୋଲି ଜଣାପଡ଼ିଛି । ଏହା ବିଶ୍ୱର ସବୁଠାରୁ ବଡ଼ ନୀଳମଣି ହୀରା, ଯାହାକୁ ପର୍ପଲ୍ ଷ୍ଟାର କୁହାଯାଏ ।

ଏହି ଅମୂଲ୍ୟ ହୀରାର ମାଲିକମାନେ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏକ ନିଲାମ ହେବାର ଆଶା କରାଯାଉଛି । ପର୍ପଲ ଷ୍ଟାରର ମୂଲ୍ୟ ୩୦୦ ମିଲିୟନ ଡଲାର (୨୭୨୮କୋଟି ଟଙ୍କା) ରଖାଯାଇଛି ।

ବିଶ୍ୱର ସବୁଠାରୁ ବଡ଼ ବାଇଗଣୀ ତାରା ନୀଳମଣିକୁ "ଷ୍ଟାର୍ ଅଫ୍ ଫ୍ଲୋର୍ ଲ୍ୟାଣ୍ଡ” ମଧ୍ୟ କୁହାଯାଉଛି । ରତ୍ନପଥର ବିଶେଷଜ୍ଞ ଅଶାନ ଅମରସିଂଘେ ଅନୁସାରେ, ଏହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସବୁଠାରୁ ବଡ଼ ନୀଳମଣି ପଥର । ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଅମରସିଂହେ କହିଥିଲେ, ଏହା ଏହି ପ୍ରକାରର ସବୁଠାରୁ ବଡ଼ ପର୍ପଲ ଷ୍ଟାର ନୀଳମଣି ହୀରା । ଏହା ଏକ ନକ୍ଷତ୍ର ସଦୃଶ, ସାତୋଟି ଭିନ୍ନ ରଙ୍ଗର କିରଣ ନିର୍ଗତ କରେ । ଏହା ଅନ୍ୟ ମୂଲ୍ୟବାନ ମଣିପଥର ମଧ୍ୟରେ ଅନନ୍ୟ କରିଥାଏ ।

ପର୍ପଲ ଷ୍ଟାର ୨୦୨୩ ମସିହାରେ ମିଳିଥିଲା । "ଷ୍ଟାର ଅଫ୍ ପିଓର ଲ୍ୟାଣ୍ଡ"ର ମାଲିକମାନେ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ନିଜର ପରିଚୟ ପ୍ରକାଶ କରିବାକୁ ଚାହୁଁ ନାହାନ୍ତି । ତଥାପି, ଜଣେ ମାଲିକଙ୍କ ଅନୁଯାୟୀ, ସେମାନେ ୨୦୨୩ରେ ଏହି ମଣିପଥର ପାଇଥିଲେ । ସେ କହିଥିଲେ ଯେ ଶ୍ରୀଲଙ୍କାର ରତ୍ନପୁରା "ରତ୍ନନଗରୀ" ଭାବରେ ଜଣାଶୁଣା । ଏହି ପଥରଟି ୨୦୨୩ରେ ଖନନ ସମୟରେ ଆବିଷ୍କୃତ ହୋଇଥିଲା । ସେ ଏହାକୁ ଅନ୍ୟ ରତ୍ନପଥର ସହିତ କିଣିଥିଲେ । ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା । ଗତ ବର୍ଷ, ଏହାର ମାଲିକମାନେ ଏହାକୁ ପ୍ରମାଣପତ୍ର ପାଇଁ ଏକ ପରୀକ୍ଷାଗାରକୁ ପଠାଇଥିଲେ ।