ନୂଆଦିଲ୍ଲୀ ୧୯।୦୮; କୋଲକାତାରେ ବଡ ଅଘଟଣ । ସେଠାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଏହି ହୋଟେଲରେ ରାତି ପ୍ରାୟ ୨ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ସେହି ସମୟରେ ହୋଟେଲର ଅଧିକାଂଶ ବାସିନ୍ଦା ଗାଢ଼ ନିଦରେ ଥିବାରୁ ନିଆଁ ଏବଂ ଘନ ଧୂଆଁ ସମଗ୍ର ପରିସରରେ ଆତଙ୍କ ସୃଷ୍ଟି କରିଥିଲା।

ଅଗ୍ନିଶମ ବିଭାଗ ଅନୁଯାୟୀ ବୁଧବାର ଭୋର ସମୟରେ ଏହି ଘଟଣା ଘଟିଥିଲା । ନିଆଁ ଏତେ ଭୟଙ୍କର ଯେ ତୁରନ୍ତ ବୃଦ୍ଧି ପାଇଥିଲା । ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୬ ଜଣ ଗୁରୁତର ଭାବେ ପୋଡି ହୋଇଯାଇଛନ୍ତି । ସେଥି ମଧ୍ୟରୁ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ ବାଂଲାଦେଶୀ ନାଗରିକ ଥିଲେ । ଯେଉଁମାନେ ଚିକିତ୍ସା ପାଇଁ ଆସିଥିଲେ ।

ରିପୋର୍ଟ ଅନୁଯାୟୀ, ଆଜି ସକାଳେ ହୋଟେଲର ଅଧିକାଂଶ ଲୋକ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଧୂଆଁ ଏବଂ ନିଆଁର ପରିସରରେ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ପୋଲିସ ଏବଂ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ। । ବହୁତ ଚେଷ୍ଟା ପରେ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ତଥାପି, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଏବଂ ଫୋରେନସିକ୍ ଦଳ ଏହି ଘଟଣାର ତଦନ୍ତ କରୁଛନ୍ତି।