ମେଷ - କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ମାମଲାରେ ଧୈର୍ଯ୍ୟ ରଖନ୍ତୁ। ପରିବାରରେ ଶୁଭ ଖବର ମିଳିପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇପାରନ୍ତି। ଦୀର୍ଘଦିନର ଅଟକିଥିବା କାମ ଆଗକୁ ବଢ଼ିବ।

ବୃଷ - ପରିଶ୍ରମର ଭଲ ଫଳ ମିଳିବ। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ବଡ଼ ନିଷ୍ପତ୍ତି ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ପରିବାରରେ ସୁଖ-ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

ମିଥୁନ - ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲାଭ ମିଳିବ। ଚାକିରିରେ ପ୍ରଶଂସା ପାଇପାରନ୍ତି। ନୂଆ ପରିଚୟ ଭବିଷ୍ୟତରେ ଉପକାରୀ ହେବ। ବଡ଼ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ଯାତ୍ରାର ଯୋଗ ରହିଛି। ମନରେ ଉତ୍ସାହ ବଢ଼ିବ।

କର୍କଟ - ପୁରୁଣା କାମରୁ ଲାଭ ମିଳିବ। ପରିବାରର ସହଯୋଗ ମନୋବଳ ବଢ଼ାଇବ। କାଗଜପତ୍ର ଯାଞ୍ଚ କରି କାମ କରନ୍ତୁ। ଅତି ଭାବପ୍ରବଣ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂଆ ଦାୟିତ୍ୱ ମିଳିପାରେ। ଧନ ପ୍ରାପ୍ତିର ଯୋଗ ରହିଛି।

ସିଂହ - କାର୍ଯ୍ୟଭାର ବଢ଼ିପାରେ। ଆୟ ସ୍ଥିର ରହିବ। ଖର୍ଚ୍ଚ ନିୟନ୍ତ୍ରଣ କଲେ ଲାଭ ମିଳିବ। ବରିଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ। ସାମାଜିକ ସମ୍ମାନ ବଢ଼ିବ। ନୂଆ କାମ ଆରମ୍ଭ ପାଇଁ ଦିନ ଅନୁକୂଳ।

କନ୍ୟା - ଦଳଗତ କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ନିବେଶର ସମୀକ୍ଷା କରନ୍ତୁ। ନୂଆ ଯୋଜନାରେ ଧୀରେ ଆଗକୁ ବଢ଼ନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ପରିବାରରୁ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ।

ତୁଳା - ସରକାରୀ କିମ୍ବା ଅଫିସ କାମରେ ଅଗ୍ରଗତି ହେବ। ପରିବାର ସହ ସମୟ କାଟିବେ। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ନୂଆ ସମ୍ପର୍କ ଲାଭଦାୟକ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଅଟକିଥିବା ଅର୍ଥ ଫେରି ମିଳିପାରେ।

ବିଛା - ଗୋପନୀୟ କାମରେ ସଫଳତା ମିଳିବ। ମୂଲ୍ୟବାନ ଜିନିଷର ଯତ୍ନ ନିଅନ୍ତୁ। ଧୈର୍ଯ୍ୟ ଧରି କାମ କଲେ ଲାଭ ମିଳିବ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ସୁଧାର ଦେଖିବେ।

ଧନୁ - ନୂଆ ଉତ୍ସାହ ସହ କାମ ଆରମ୍ଭ କରିବେ। ଆର୍ଥିକ ଯୋଜନା ସଫଳ ହେବାର ସମ୍ଭାବନା ରହିଛି। ଦୂରଯାତ୍ରାର ଯୋଗ ରହିଛି। ତଡ଼ବଡ଼ିରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂଆ ସୁଯୋଗ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ।

ମକର - କାର୍ଯ୍ୟରେ ଶୃଙ୍ଖଳା ରଖନ୍ତୁ। ବ୍ୟବସାୟରେ ପୁରୁଣା ଯୋଜନା ଲାଭ ଦେଇପାରେ। ପରିବାରର ସହଯୋଗ ମିଳିବ। ଅନାବଶ୍ୟକ ଚିନ୍ତା ଛାଡ଼ନ୍ତୁ। ଜମିବାଡ଼ି ସମ୍ବନ୍ଧୀୟ କାମରେ ଅଗ୍ରଗତି ହୋଇପାରେ। ଧନ ଆଗମନର ନୂଆ ପଥ ଖୋଲିବ।

କୁମ୍ଭ - ଚାକିରି ଓ ବ୍ୟବସାୟରେ ଭଲ ସୁଯୋଗ ମିଳିପାରେ। ଆର୍ଥିକ ମାମଲାରେ ବୁଦ୍ଧିମତାର ସହ କାମ କରନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ନୂଆ କାର୍ଯ୍ୟରେ ସଫଳତା ମିଳିପାରେ। ମନ ପ୍ରଫୁଲ୍ଲ ରହିବ।

ମୀନ - ମାନସମ୍ମାନ ବଢ଼ିବ। ପରିବାରରେ ଖୁସିର ପରିବେଶ ରହିବ। ବ୍ୟବସାୟରେ ନୂଆ ସମ୍ଭାବନା ଦେଖାଦେବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଆୟ ବୃଦ୍ଧିର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682