ମେଷ- ଖର୍ଚ୍ଚ ଓ ଆକସ୍ମିକ ପରିସ୍ଥିତିର ପ୍ରଭାବ ଦେଖାଯିବ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କିଛି ଗୁପ୍ତ ଚିନ୍ତା ମନକୁ ଭାରି କରିପାରେ। ସତର୍କ ରହନ୍ତୁ। ଧ୍ୟାନ କଲେ ଶାନ୍ତି ମିଳିବ।

ବୃଷ- ସମ୍ପର୍କ ଓ ଖର୍ଚ୍ଚ ସମ୍ବନ୍ଧୀୟ ବିଷୟ ଗୁରୁତ୍ୱ ନେବ। ସହଯୋଗୀଙ୍କ ସହ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଧୈର୍ଯ୍ୟ ରଖନ୍ତୁ। ଶାନ୍ତ ଭାବରେ କଥା କହନ୍ତୁ।

ମିଥୁନ- କାର୍ଯ୍ୟ ଓ ପ୍ରତିସ୍ପର୍ଦ୍ଧା ସମ୍ବନ୍ଧୀୟ କାମରେ ମିଶ୍ରିତ ଫଳ ମିଳିବ। କିଛି ବାଧା ଆସିପାରେ କିନ୍ତୁ ପରେ ସଫଳତା ମିଳିବ। ଆତ୍ମବିଶ୍ୱାସ ରଖନ୍ତୁ। ଅଧିକ ପ୍ରୟାସ କରନ୍ତୁ। ଶେଷରେ ଲାଭ ହେବ।

କର୍କଟ- ମନ, ପ୍ରେମ ଓ ଲାଭ ସମ୍ବନ୍ଧୀୟ ବିଷୟରେ ମିଶ୍ର ଫଳ ମିଳିବ। ପ୍ରଥମେ ଅସ୍ଥିରତା ରହିବ କିନ୍ତୁ ପରେ ସୁଖଦ ସମାଚାର ମିଳିପାରେ। ସନ୍ତାନ ନେଇ ଚିନ୍ତା କମିବ। ଧୈର୍ଯ୍ୟ ରଖନ୍ତୁ।

ସିଂହ- ଘର ଓ କ୍ୟାରିୟର ସମ୍ବନ୍ଧୀୟ ବିଷୟରେ ମିଶ୍ର ପରିସ୍ଥିତି ରହିବ। ପରିବାରରେ ଛୋଟ ମତଭେଦ ହୋଇପାରେ। କାମରେ ଚାପ ରହିବ। ଶାନ୍ତ ରହନ୍ତୁ। ଧୈର୍ଯ୍ୟରେ ସମସ୍ୟା ସମାଧାନ ହେବ।

କନ୍ୟା- ସାହସ, ଯାତ୍ରା ଓ ଭାଗ୍ୟ ସମ୍ବନ୍ଧୀୟ ବିଷୟରେ ମିଶ୍ର ଫଳ ମିଳିବ। ଛୋଟ ଯାତ୍ରା ହୋଇପାରେ। ଆରମ୍ଭରେ ବାଧା ଆସିପାରେ କିନ୍ତୁ ପରେ ସୁଫଳ ମିଳିବ। ଆତ୍ମବିଶ୍ୱାସ ରଖନ୍ତୁ।

ତୁଳା- ଧନ ଓ ଗୁପ୍ତ ବିଷୟରେ ମିଶ୍ର ପ୍ରଭାବ ରହିବ। ଆୟ ଆସିବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିବ। ମନରେ ଚିନ୍ତା ରହିପାରେ। ସତର୍କ ରହନ୍ତୁ। ଅପରିଚିତ ବ୍ୟକ୍ତିଙ୍କୁ ଭରସା କରନ୍ତୁ ନାହିଁ।

ବିଛା- ନିଜ ମନ ଓ ସମ୍ପର୍କରେ ମିଶ୍ର ପ୍ରଭାବ ରହିବ। ଆତ୍ମବିଶ୍ୱାସ ବଢ଼ିବ କିନ୍ତୁ ଭିତରେ ଚିନ୍ତା ରହିପାରେ। ସହଯୋଗୀଙ୍କ ସହ ମତଭେଦ ହୋଇପାରେ। ଧୈର୍ଯ୍ୟ ରଖନ୍ତୁ।

ଧନୁ- ଖର୍ଚ୍ଚ ଓ ଲାଭ ସମ୍ବନ୍ଧୀୟ ବିଷୟରେ ମିଶ୍ର ଫଳ ମିଳିବ । ଆୟ ଆସିବ କିନ୍ତୁ ସଞ୍ଚୟ କମିପାରେ। ଧାର୍ମିକ କାର୍ଯ୍ୟରେ ମନ ରହିବ। ଧ୍ୟାନ କରିଲେ ଶାନ୍ତି ମିଳିବ।

ମକର- ଲାଭ ଓ କ୍ୟାରିୟର ସମ୍ବନ୍ଧୀୟ ବିଷୟରେ ମିଶ୍ର ପରିସ୍ଥିତି ରହିବ। କାମରେ ସଫଳତା ଆସିବ କିନ୍ତୁ ଚାପ ରହିବ। ନୂତନ ସୁଯୋଗ ମିଳିପାରେ। ଧୈର୍ଯ୍ୟ ରଖନ୍ତୁ।

କୁମ୍ଭ- କ୍ୟାରିଅର ଓ ଭାଗ୍ୟ ସମ୍ବନ୍ଧୀୟ ବିଷୟରେ ମିଶ୍ର ଫଳ ମିଳିବ। ପ୍ରୟାସ କଲେ ସଫଳତା ମିଳିବ। ଆରମ୍ଭରେ ବାଧା ଆସିପାରେ। ଧୈର୍ଯ୍ୟ ରଖନ୍ତୁ। ଉପରିସ୍ତଙ୍କ ସହ ସମ୍ପର୍କ ଭଲ ରଖନ୍ତୁ।

ମୀନ- ଭାଗ୍ୟ ଓ ଗୁପ୍ତ ବିଷୟରେ ମିଶ୍ର ପ୍ରଭାବ ରହିବ। ଯାତ୍ରାରେ ବାଧା ଆସିପାରେ। ମନରେ ଚିନ୍ତା ବଢିପାରେ। ଧାର୍ମିକ କାର୍ଯ୍ୟରେ ମନ ଦିଅନ୍ତୁ। ଶାନ୍ତ ରହିଲେ ସମସ୍ୟା କମିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682