ମେଷ- କାମକୁ ନେଇ ମନରେ ଉତ୍ସାହ ରହିବ ଏବଂ ଅଟକିଥିବା କିଛି କାମ ଆଗକୁ ବଢ଼ିପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି। ଆର୍ଥିକ ଦିଗରେ ସ୍ଥିତି ସାଧାରଣ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ଭଲ ପରିବେଶ ରହିବ।

ବୃଷ- ଯୋଜନା ଅନୁଯାୟୀ କାମ ହେବାରୁ ମନ ଖୁସି ରହିବ। ବ୍ୟବସାୟୀମାନେ ନୂଆ ଗ୍ରାହକ କିମ୍ବା ଭଲ ଡିଲ୍ ପାଇପାରନ୍ତି। ଟଙ୍କା ଆସିବାର ରାସ୍ତା ଖୋଲିପାରେ। ନିଜ ଲୋକଙ୍କ ସହ ଥିବା ଛୋଟ ମତଭେଦ କଥାବାର୍ତ୍ତାରେ ସମାଧାନ ହେବ।

ମିଥୁନ- ନୂଆ କାମ ଆରମ୍ଭ କରିବା ପାଇଁ ଭଲ ମାନସିକତା ରହିବ। ଚାକିରି କ୍ଷେତ୍ରରେ ଆପଣଙ୍କ କଥା ଓ କାମର ପ୍ରଶଂସା ହୋଇପାରେ। ଆର୍ଥିକ ଉନ୍ନତି ମନ୍ଥର ରହିବ। ତରବରିଆ ନିଷ୍ପତ୍ତି ନେବା ବଦଳରେ ଭାବିଚିନ୍ତି କାମ କରନ୍ତୁ।

କର୍କଟ- ମନ ଟିକେ ଅସ୍ଥିର ରହିପାରେ ଏବଂ ଛୋଟ କଥାକୁ ନେଇ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପ ଅନୁଭବ ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ଟଙ୍କା ଦେବା- ନେବାରେ ସତର୍କ ରହିବା ଭଲ। ପରିବାରର କାହାର କଥାକୁ ନେଇ ମନ ଖରାପ କରନ୍ତୁ ନାହିଁ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ ଏବଂ ନିଜ କାମକୁ ନିଜ ଢଙ୍ଗରେ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଭର ଭଲ ସୁଯୋଗ ଆସିପାରେ। ଅଟକିଥିବା ଟଙ୍କା ମିଳିବାର ଆଶା ରହିବ। ସମ୍ପର୍କରେ ମଧୁରତା ରଖିବା ପାଇଁ ଅହଂକାରକୁ ଦୂରେଇ ରଖନ୍ତୁ।

କନ୍ୟା- ନିଜ କାମକୁ ନେଇ ଭଲ ଧ୍ୟାନ ଦେଇପାରିବେ। ଚାକିରିରେ ଅଧିକ କାମ ଥିଲେ ମଧ୍ୟ ଠିକ୍ ଭାବରେ ସମ୍ଭାଳି ନେବେ। ଆର୍ଥିକ ସ୍ଥିତି ଠିକ୍ ରହିବ ଏବଂ ପୁରୁଣା ଦେୟ ମିଳିପାରେ। ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ଅଧିକ ଚିନ୍ତା କରିବାରୁ ବଞ୍ଚନ୍ତୁ।

ତୁଳା- ଚନ୍ଦ୍ର ତୁଳା ରାଶିରେ ଥିବାରୁ ମନୋବଳ ବଢ଼ିବ ଏବଂ ନିଜ ନିଷ୍ପତ୍ତି ଉପରେ ଭରସା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଟଙ୍କା ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିବାର ସମ୍ଭାବନା ଅଛି। ପ୍ରେମ ଓ ପାରିବାରିକ ସମ୍ପର୍କରେ ଦିନଟି ଭଲ ରହିବ।

ବିଛା- କାମରେ ବାଧା କିମ୍ବା ବିଳମ୍ବ ହେବାରୁ ମନ ଅଶାନ୍ତ ହୋଇପାରେ। କାହାକୁ ଅଧିକ ଭରସା କରି ଆର୍ଥିକ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବା ବେଳେ ସତର୍କ ରୁହନ୍ତୁ। ପରିବାରରେ ଅଯଥା ତର୍କ ନକରି ଶାନ୍ତ ରହିବା ଭଲ।

ଧନୁ- ପରିଶ୍ରମର ଭଲ ଫଳ ମିଳିପାରେ। ଚାକିରି କିମ୍ବା ବ୍ୟବସାୟରେ ନୂଆ ସମ୍ପର୍କ ଭବିଷ୍ୟତରେ ଲାଭ ଦେଇପାରେ। ଆର୍ଥିକ ଦିଗରେ ସ୍ଥିରତା ରହିବ। ଦୂରସ୍ଥ ବ୍ୟକ୍ତିଙ୍କଠାରୁ ଭଲ ଖବର ମିଳିପାରେ।

ମକର- ଦାୟିତ୍ୱ ବଢ଼ିଲେ ମଧ୍ୟ ଆପଣ ତାହାକୁ ଭଲ ଭାବରେ ସମ୍ଭାଳିପାରିବେ। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିପାରେ। ଧନ ସମ୍ବନ୍ଧୀୟ ପୁରୁଣା ଯୋଜନାକୁ ଆଗକୁ ବଢ଼ାଇପାରିବେ। ପରିବାରରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ।

କୁମ୍ଭ- ନୂଆ କିଛି ଶିଖିବା କିମ୍ବା ନୂଆ ଯୋଜନା କରିବା ପାଇଁ ଭଲ ଦିନ। ବ୍ୟବସାୟରେ ପୂର୍ବରୁ କରିଥିବା ପ୍ରୟାସରୁ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ଧୀରେଧୀରେ ଭଲ ହେବ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖିଲେ ଭଲ ପରିଣାମ ମିଳିବ।

ମୀନ- କାମ କରିବା ସମୟରେ ଅସାବଧାନତା ହେଲେ ଛୋଟ ସମସ୍ୟା ବଡ଼ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ଅଧିକ ଚାପ ଅନୁଭବ ହୋଇପାରେ। ଟଙ୍କା ନିବେଶ କିମ୍ବା ବଡ଼ ଖର୍ଚ୍ଚ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ମନକୁ ଶାନ୍ତ ରଖି ଧୈର୍ଯ୍ୟର ସହ କାମ କଲେ ଦିନଟି ସମ୍ଭାଳି ନେଇପାରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682