ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମରେ ଗତି ଆସିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରର ସହଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ସନ୍ଧ୍ୟା ସମୟରେ ଶୁଭ ସମ୍ବାଦ ମିଳିପାରେ।

ବୃଷ- କାର୍ଯ୍ୟରେ ବିଳମ୍ବ ଓ ବାଧା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ କାହା ସହ ମତଭେଦ ହୋଇପାରେ। ଧନ ନେଣଦେଣ ଓ ନିବେଶରେ ସତର୍କ ରୁହନ୍ତୁ। ମାନସିକ ଚାପ ବଢ଼ିପାରେ। ଶିବଙ୍କ ନାମ ସ୍ମରଣ କଲେ ମନ ଶାନ୍ତ ରହିବ।

ମିଥୁନ- କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ରହିବ। ନୂଆ ଯୋଜନା ସଫଳ ହୋଇପାରେ। ଯାତ୍ରା ଲାଭଦାୟକ ହେବ। ବନ୍ଧୁଙ୍କ ସହଯୋଗ ମିଳିବ।

କର୍କଟ- ଘାତ ଚନ୍ଦ୍ର ପ୍ରଭାବରୁ ସତର୍କତା ଆବଶ୍ୟକ। କାର୍ଯ୍ୟରେ ବିଳମ୍ବ ଓ ମାନସିକ ଚାପ ରହିପାରେ। ଧନ ନେଣଦେଣରେ ସାବଧାନ ରୁହନ୍ତୁ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ଯାନବାହନ ଚଳାଇବାବେଳେ ସତର୍କ ରୁହନ୍ତୁ। ଶିବଙ୍କ ପୂଜା ଶୁଭ ଫଳ ଦେବ।

ସିଂହ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଚାକିରି ଓ ବ୍ୟବସାୟରେ ସମ୍ମାନ ବଢ଼ିବ। ନୂଆ କାମ ଆରମ୍ଭ କରିପାରିବେ। ଧନଲାଭର ସୁଯୋଗ ରହିଛି। ପରିବାରରେ ଆନନ୍ଦର ପରିବେଶ ରହିବ। ପୁରୁଣା ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ।

କନ୍ୟା- ମିଶ୍ରରୁ ଅଶୁଭ ଫଳ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ ହେବ। ଫଳ ପାଇବାରେ ବିଳମ୍ବ ହୋଇପାରେ। ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ। ସ୍ୱାସ୍ଥ୍ୟ ଓ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ଗଣେଶଙ୍କ ପୂଜା କଲେ ଉପକାର ମିଳିବ।

ତୁଳା- ମିଶ୍ର ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାରର ସହଯୋଗ ମିଳିବ। ଯାତ୍ରା କରିବାକୁ ହେଲେ ସତର୍କ ରୁହନ୍ତୁ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ।

ବିଛା- ଶୁଭ ସମ୍ବାଦ ମିଳିପାରେ। ବ୍ୟବସାୟରେ ଭଲ ଅଗ୍ରଗତି ହେବ। ନୂଆ ପରିଚୟ ଭବିଷ୍ୟତରେ ଲାଭ ଦେବ। ପରିବାରରେ ସୁଖ ଶାନ୍ତି ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଧନୁ- ଭାଗ୍ୟର ସହଯୋଗରେ ଅନେକ କାମ ସଫଳ ହେବ। ଧନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିପାରେ। ଦୂର ଯାତ୍ରାର ଯୋଗ ରହିଛି। ପରିବାରରେ ଖୁସି ରହିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଅନାବଶ୍ୟକ କ୍ରୋଧରୁ ଦୂରେ ରୁହନ୍ତୁ।

ମକର- ଘାତ ଚନ୍ଦ୍ର ପ୍ରଭାବରୁ ସତର୍କତା ଆବଶ୍ୟକ। ଚାକିରି ଓ ବ୍ୟବସାୟରେ ବିଳମ୍ବ ଦେଖାଦେଇପାରେ। ଧନ ନେଣଦେଣରେ ସାବଧାନ ରୁହନ୍ତୁ। ପରିବାରରେ ମତଭେଦକୁ ଏଡ଼ାନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଶନିଦେବଙ୍କ ସ୍ମରଣ କଲେ ମାନସିକ ଶାନ୍ତି ମିଳିବ।

କୁମ୍ଭ- ମଧ୍ୟମ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାରର ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧୈର୍ଯ୍ୟ ରଖି କାମ କଲେ ସଫଳତା ମିଳିବ।

ମୀନ- ଅଧିକାଂଶ କାମରେ ସଫଳତା ମିଳିବ। ଚାକିରି ଓ ବ୍ୟବସାୟରେ ଭଲ ସୁଯୋଗ ଆସିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସହ ଭଲ ସମୟ କଟିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ନୂତନ ଯୋଜନା ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682