ମେଷ- କର୍ମକ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବ। ଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ଶୁଭ ଆଲୋଚନା ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ଛୋଟ ଯାତ୍ରା ସଫଳ ରହିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ପୁରୁଣା ବିବାଦର ସମାଧାନ ହେବ।

ବୃଷ- ଘାତଚନ୍ଦ୍ର ପ୍ରଭାବରୁ ମାନସିକ ଅସ୍ଥିରତା ରହିପାରେ। ଧନ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ଭୁଲ ବୁଝାମଣା ଏଡ଼ାନ୍ତୁ। ଯାନ ଚାଳନାରେ ସାବଧାନ ରୁହନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ମୂଲ୍ୟବାନ ଜିନିଷର ସୁରକ୍ଷା କରନ୍ତୁ। ମୁଣ୍ଡବିନ୍ଧା କିମ୍ବା ଆଖିରେ କଷ୍ଟ ଦେଖାଦେଇପାରେ।

ମିଥୁନ- ମିଶ୍ର ଫଳ ମିଳିବ। ବ୍ୟବସାୟରେ ଲାଭ ସହ ଖର୍ଚ୍ଚ ମଧ୍ୟ ବଢ଼ିବ। ବନ୍ଧୁଙ୍କ ସହଯୋଗରେ କାମ ସମ୍ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟରେ ସାମାନ୍ୟ କ୍ଲାନ୍ତି ରହିପାରେ। ନୂଆ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅନଲାଇନ୍ କାରବାରରେ ସତର୍କ ରୁହନ୍ତୁ।

କର୍କଟ- ଚାକିରିରେ ପ୍ରଶଂସା ମିଳିପାରେ। ଆର୍ଥିକ ସ୍ଥିତି ଉନ୍ନତ ହେବ। ପୁରୁଣା ପାଉଣା ଟଙ୍କା ମିଳିବାର ଯୋଗ ଅଛି। ଗୃହରେ ଶାନ୍ତି ବଜାୟ ରହିବ। ଶିକ୍ଷାରେ ସଫଳତା ମିଳିବ। ଜମି କିମ୍ବା ଘର ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ବଡ଼ଙ୍କ ଆଶୀର୍ବାଦ ମିଳିବ।

ସିଂହ- ମିଶ୍ର ଦିନ ରହିବ। କାର୍ଯ୍ୟଭାର ବଢ଼ିବ କିନ୍ତୁ ଫଳ ମଧ୍ୟ ମିଳିବ। ଉଚ୍ଚ ପଦସ୍ଥଙ୍କ ସହ ଆଲୋଚନା ସଫଳ ହେବ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ସହକର୍ମୀଙ୍କ ସହ ମତଭେଦ ଏଡ଼ାନ୍ତୁ। ସନ୍ଧ୍ୟାରେ ଭଲ ଖବର ମିଳିପାରେ।

କନ୍ୟା- ଚନ୍ଦ୍ର ପ୍ରଭାବରୁ ଆତ୍ମବିଶ୍ୱାସ ବଢ଼ିବ। ନୂଆ କାମ ଆରମ୍ଭ ପାଇଁ ଅନୁକୂଳ ସମୟ। ବ୍ୟବସାୟରେ ଭଲ ଅର୍ଡର ମିଳିପାରେ। ଦାମ୍ପତ୍ୟରେ ମଧୁରତା ବଢ଼ିବ। ଧନଲାଭର ସୁଯୋଗ ରହିବ। ସାକ୍ଷାତକାର କିମ୍ବା ପରୀକ୍ଷାରେ ସଫଳତା ମିଳିପାରେ। ସମ୍ମାନ ଓ ଲୋକପ୍ରିୟତା ବଢ଼ିବ।

ତୁଳା- ଦିନଟି ପ୍ରତିକୂଳ ରହିପାରେ। କର୍ମକ୍ଷେତ୍ରରେ ବିରୋଧୀ ସକ୍ରିୟ ରହିବେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ପରିବାରରେ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଇନଗତ କାମରେ ବିଳମ୍ବ ହୋଇପାରେ। କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ।

ବିଛା- ଅଟକିଥିବା କାର୍ଯ୍ୟରେ ଗତି ଆସିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ପରିବାରରେ ଶୁଭ ସମ୍ବାଦ ଆସିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନ ଅନୁକୂଳ। ସମ୍ମାନ ବୃଦ୍ଧି ପାଇବ। ନୂଆ ଗ୍ରାହକ ଯୋଗ ହେବାର ସମ୍ଭାବନା ଅଛି। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ଧନୁ- ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦୂରସ୍ଥ ସ୍ଥାନରୁ ଭଲ ଖବର ମିଳିପାରେ। ଚାକିରିରେ ଉନ୍ନତିର ଆଲୋଚନା ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଉଚ୍ଚଶିକ୍ଷା ପାଇଁ ଶୁଭ ସୁଯୋଗ ମିଳିବ। ବିଦେଶ ସମ୍ବନ୍ଧୀୟ କାମରେ ଗତି ଆସିବ।

ମକର- ମିଶ୍ର ଫଳ ମିଳିବ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ସଫଳତା ମିଳିବ। ଋଣ କିମ୍ବା କାଗଜପତ୍ର କାମରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ପରିସ୍ଥିତି ଭଲ ହେବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କ ଲାଭ ମିଳିବ।

କୁମ୍ଭ- ଦିନଟି ସତର୍କତାର ସହ କାଟନ୍ତୁ। କର୍ମକ୍ଷେତ୍ରରେ ଅନାବଶ୍ୟକ ଚାପ ରହିବ। ବନ୍ଧୁଙ୍କ ସହ ମତଭେଦ ହୋଇପାରେ। ଧନ ନିବେଶ ବର୍ତ୍ତମାନ ଏଡ଼ାନ୍ତୁ। ସ୍ୱାସ୍ଥ୍ୟରେ ବିଶ୍ରାମ ଆବଶ୍ୟକ। ଦାମ୍ପତ୍ୟରେ ଭୁଲ ବୁଝାମଣା ଦୂର କରିବାକୁ ପ୍ରୟାସ କରନ୍ତୁ। ଗୋପନ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ।

ମୀନ- ବ୍ୟବସାୟରେ ଆୟ ବଢ଼ିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ସହଯୋଗ ମିଳିବ। ଛାତ୍ରଛାତ୍ରୀ ଭଲ ଫଳ ପାଇବେ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ମନ ପ୍ରସନ୍ନ ରହିବ। ନୂଆ ଆୟର ଉତ୍ସ ସୃଷ୍ଟି ହୋଇପାରେ। ଆଶା କରିଥିବା କାର୍ଯ୍ୟରେ ସଫଳତା ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682