ମେଷ- ଆତ୍ମବିଶ୍ୱାସ ବଢ଼ିବ ଓ ଅଟକିଥିବା କାମ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ପୁରୁଣା ପ୍ରାପ୍ୟ ଧନ ମିଳିବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଦୂରଯାତ୍ରା ଯୋଜନା ସଫଳ ହୋଇପାରେ।

ବୃଷ- କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଘରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ।

ମିଥୁନ- ନୂଆ ସୁଯୋଗ ମିଳିବ ଓ ଆପଣଙ୍କ ପ୍ରତିଭାର ପ୍ରଶଂସା ହେବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିପାରେ। ବ୍ୟବସାୟରେ ନୂଆ ସମ୍ପର୍କ ଲାଭଦାୟକ ହେବ। ପ୍ରେମ ସମ୍ପର୍କ ମଧୁର ରହିବ। ନିବେଶ ପାଇଁ ଦିନଟି ଭଲ।

କର୍କଟ- ଘାତ ଚନ୍ଦ୍ର ଥିବାରୁ ମାନସିକ ଚାପ, ଅନାବଶ୍ୟକ ଧାଁ- ଦୌଡ଼ ଓ କାର୍ଯ୍ୟରେ ବିଳମ୍ବ ଦେଖାଯାଇପାରେ। କାହା ସହିତ ବାଦବିବାଦରୁ ଦୂରେ ରୁହନ୍ତୁ। ଧନ କାରବାରରେ ସତର୍କ ରହନ୍ତୁ। ସ୍ୱାସ୍ଥ୍ୟ ଓ ଯାତ୍ରାରେ ବିଶେଷ ସାବଧାନତା ଆବଶ୍ୟକ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ସମ୍ଭାଳି ନେବେ।

ସିଂହ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ଉତ୍ସାହ ବୃଦ୍ଧି ପାଇବ। ନୂଆ କାମ ଆରମ୍ଭ କରିପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟ ଓ ଚାକିରିରେ ଭଲ ଫଳ ମିଳିବ। ପରିବାର ସହ ସୁଖଦ ସମୟ କଟିବ।

କନ୍ୟା- ଧୈର୍ଯ୍ୟର ସହ କାମ କରନ୍ତୁ। ଅନାବଶ୍ୟକ ଚିନ୍ତାକୁ ଦୂରେ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ତୁଳା- ମିତ୍ରଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଆୟ ବୃଦ୍ଧିର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ, ସଫଳତା ମଧ୍ୟ ମିଳିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଜମି କିମ୍ବା ଯାନ ସମ୍ବନ୍ଧୀୟ କାମରେ ଲାଭ ହୋଇପାରେ। ପରିବାରର ସମର୍ଥନ ମିଳିବ।

ଧନୁ- ଭାଗ୍ୟର ସହଯୋଗ ମିଳିବ। ଦୂରଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟର ଯୋଗ ରହିଛି। ଉଚ୍ଚ ଶିକ୍ଷା ଓ ପ୍ରତିଯୋଗିତାରେ ଶୁଭ ଫଳ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ସୁଖ ଶାନ୍ତି ରହିବ।

ମକର- ଘାତ ଚନ୍ଦ୍ର ପ୍ରଭାବରୁ କାର୍ଯ୍ୟରେ ବାଧା, ମାନସିକ ଅସ୍ଥିରତା ଓ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାହାକୁ ଧନ ଧାର ଦେବା କିମ୍ବା ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ କିଛି ସୁଧାର ହୋଇପାରେ।

କୁମ୍ଭ- ଭାଗୀଦାରୀ କାମରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ମଧୁର ରହିବ। ବ୍ୟବସାୟରେ ଭଲ ଲାଭ ହେବ। ନୂଆ ସମ୍ପର୍କ ଭବିଷ୍ୟତରେ ଉପକାରୀ ହେବ। ଧନ ପ୍ରାପ୍ତିର ସୁଯୋଗ ରହିଛି।

ମୀନ- ଶତ୍ରୁ ପକ୍ଷ ଦୁର୍ବଳ ରହିବ ଓ କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ଉନ୍ନତିର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପରିଶ୍ରମର ଭଲ ଫଳ ପାଇବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682