ପ୍ୟୋଙ୍ଗୟୋଙ୍ଗ ୪।୧: ଆମେରିକା ଦ୍ୱାରା ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଡୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋର୍ସଙ୍କୁ ଗିରଫ କରାଯିବା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଯୁକ୍ତରାଷ୍ଟ୍ରର ଏହି କାର୍ଯ୍ୟାନୁଷ୍ଠାନ ନା କେବଳ ଲାଟିନ ଆମେରିକାକୁ ପ୍ରଭାବିତ କରିଛି ବରଂ ଉତ୍ତରକୋରିଆ ଓ ଋଷିଆ ଭଳି ଦେଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକୀୟ ଅଧିକାରୀମାନେ ମାଡୁରୋଙ୍କ ବିରୋଧରେ ନାର୍କୋ ଟେରରିଜିମ ଓ ଡ୍ରଗ ତସ୍କରୀର ଗୁରୁତର ଅଭିଯୋଗ ଆଣିଛନ୍ତି। ଏହା ପରେ ବିଭିନ୍ନ ଦେଶ ବିଶ୍ୱ ଯୁଦ୍ଧ ଆଶଙ୍କା କରୁଛନ୍ତି।

ଏଥିରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ-ଉନ୍ ଆମେରିକାକୁ ସିଧା ଚେତାବନୀ ଦେଇଛନ୍ତି। ଏକ ଅଧିକାରୀକ ବୟାନରେ ଉନ କହିଛନ୍ତି ଯେ ଏହି ପଦକ୍ଷେପ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ନେଇଯାଇପାରେ। ଉନ ମାଡୁରୋଙ୍କୁ ତାଙ୍କ ବ୍ୟକ୍ତିଗତ ବନ୍ଧୁ ବୋଲି କହିଛନ୍ତି। ଏଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନକୁ ତୁରନ୍ତ ମାଡୁରୋ ଦମ୍ପତ୍ତିଙ୍କ ସ୍ଥିତି ସ୍ପଷ୍ଟ କରିବାକୁ ଓ ବିନାସର୍ତ୍ତରେ ମୁକ୍ତି କରିବାକୁ ଦାବି କରିଛନ୍ତି।

ଉତ୍ତରକୋରିଆ ଗଣମାଧ୍ୟମ ଅନୁସାରେ କିମ୍ କହିଛନ୍ତି ଯେ ଆମେରିକାର ଏପରି ଦମକନକାରୀ ମନବୃତ୍ତି ବୈଶ୍ୱିକ ଉତ୍ତେଜନାକୁ ବୃଦ୍ଧି କରିପାରେ। ସେ କହିଛନ୍ତି ଯେ ଯଦି ମାଡୁରୋଙ୍କୁ ମୁକ୍ତ ନ କରାଯାଏ ଏହାର ଗୁରୁତର ଅପରିବର୍ତ୍ତନୀୟ ଅନ୍ତର୍ଜାତୀୟ ପରିଣାମ ହୋଇ ପାରେ। ପ୍ୟୋଙ୍ଗୟାଙ୍ଗ ନିଜ ବୟାନରେ ଆମେରିକାକୁ ସାମ୍ରାଜ୍ୟବାଦୀ ଆକ୍ରମକତାର ଦୋଷୀ କରିଛି। ଋଷିଆ ମଧ୍ୟ ଏହି ଘଟଣାକୁ କଡ଼ା ସମାଲୋଚନା କରିଛି। ଏ ନେଇ ଋଷିଆ ବୈଦେଶିକ ମନ୍ତ୍ରାଳୟ ଏକ ବିସ୍ତୃତ ବୟାନ ଜାରି କରିଛି। ଏଥିରେ ଭେନେଜୁଏଲା ଉପରେ ଆମେରିକାର ସଶସ୍ତ୍ର ଆକ୍ରମକତାର ଅଭିଯୋଗ ଅଣାଯାଇଛି।

ମନ୍ତ୍ରାଳୟ କହିଛି ଯେ ଆମେରିକାର ଦାବି ସମ୍ପୂର୍ଣ୍ଣ କାଳ୍ପନିକ ଓ ମିଥ୍ୟା। ଏହା ଛଡା ଏହି ପଦକ୍ଷେପ କୂଟନୀତି ପରିବର୍ତ୍ତେ ବିଚାରଗତ ଶତ୍ରୁତାରୁ ପ୍ରେରିତ ବୋଲି ବୁଝା ଯାଉଛି। ଏଣୁ ମସ୍କୋ ସବୁ ସମ୍ପର୍କିତ ପକ୍ଷଙ୍କୁ ଉତ୍ତେଜନା ହ୍ରାସ କରିବାକୁ ଓ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନିମନ୍ତେ ଅପିଲ କରିଛି। ଋଷୀୟ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇପାରେ। ଭେନେଜୁଏଲାର ଋଷିଆ ଏକ ମୁଖ୍ୟ ସହଯୋଗୀ ଦେଶ ପ୍ରସଙ୍ଗକୁ ଜାତି ସଂଘରେ ଉଠାଇବାକୁ ମଧ୍ୟ ଧମକ୍ ଦେଇଛି।