ଥିରୁଅନନ୍ତପୂରମ,୦୧|୦୭:ହଟିଲା ବ୍ୟାନ୍ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବାବର୍ଷର ବ୍ୟାନ୍ ହଟିଯାଇଛି । ପ୍ରତିବନ୍ଧକ ହଟାଇବାକୁ କେରଳ କ୍ରିକେଟ୍ ଆସୋସିଏସନ୍ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଶ୍ରୀସନ୍ଥଙ୍କ ବିରୋଧରେ ଆସୋସିଏସନ ବିରୋଧରେ ଟିପ୍ପଣୀ ଦିଆଯାଇଥିବା ଅଭିଯୋଗ ରହିଥିଲା । ସେ କେସିଏ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଥିଲେ । ଯାହା ଆସୋସିଏସନର ସମ୍ମାନହାନୀ କରିଥିବା କେସିଏ କହିଥିଲା । କିନ୍ତୁ ଶ୍ରୀସନ୍ଥ ଏହାକୁ ନେଇ ପ୍ରଥମେ ମୁନସିଫ୍ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଯାହା ଖାରଜ ହୋଇଯାଇଥିଲା ।

ଏହାପରେ ଶ୍ରୀସନ୍ଥ ଭୁଲ ମାଗିଥିଲେ । କେସିଏ ନିକଟକୁ ପତ୍ର ଲେଖି ନିସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ । ଏହାକୁ ନେଇ ଜୁଲାଇତାରିଖରେ କେସିଏର ବୈଠକ ବସିଥିଲା । ଶ୍ରୀସନ୍ଥଙ୍କ କ୍ଷମାପ୍ରାର୍ଥନା ଉପରେ ଆଲୋଚନା ହୋଇଥିଲା । ଯେଉଁଥିରେ ବ୍ୟାନ୍ ହଟାଯିବା ନେଇ ନିଷ୍ପତ୍ତି ହୋଇଛି ।

ପ୍ରତିବନ୍ଧକ ହଟିବା ପରେ ଭାରତୀୟ ଦଳର ଏହି ପୂର୍ବତନ ବୋଲର ବିଭିନ୍ନ ଲିଗର ମୁଖ୍ୟ ଭାବେ କାର୍ଯ୍ୟ କରିପାରିବେ । ଆଗାମୀ ଦିନରେ ସେ କେରଳ କ୍ରିକେଟ୍ ଲିଗରେ ଆରାଇସ୍ କଲୋମ ଦଳର ଉପ ମୁଖ୍ୟ ହେବାରେ କୌଣସି ବାଧା ରହିବ ନାହିଁ ।

ସୂଚନାଯୋଗ୍ୟ, ଶ୍ରୀସନ୍ଥ ଭାରତୀୟ ଦଳର ପ୍ରତିନିଧିତ୍ୱ କରି୨୭ଟି ଟେଷ୍ଟ୍,୫୩ଟି ଓଡିଆଇ ଏବଂ୧୦ଟି ଟି୨୦ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ୮୭ଟି ଓ୍ୱିକେଟ୍ ନେଇଥିବା ବେଳେ ଦିନିକିଆରେ୭୫ଟି ଶିକାର କରିଛନ୍ତି ।