ଭୁବନେଶ୍ୱର ୨୯।୦୯ : କାହିଁକି ଆଗୁଆ ବିଧାନସଭା ବନ୍ଦ କରିଲେ । ସମୟ ପୂର୍ବରୁ ବିଧାନସଭା ବନ୍ଦ କରିବାକୁ ନେଇ ବର୍ଷିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସରକାର ଆଲୋଚନାକୁ ଭୟ କରୁଛନ୍ତି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ସେ କହିଛନ୍ତି ଯେ, ବିଧାନସଭା ଅଧିବେଶନ ଚାଲିଥିଲେ ବହୁ  ସମସ୍ୟାର ସମାଧାନ ହୋଇଥାନ୍ତା । ହେଲେ ସରକାର ଆଗୁଆ ବନ୍ଦ କରିଦେଲେ । MMDR ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ଭୟ କରୁଛନ୍ତି । ଆମେ ଚାହୁଁଥିଲୁ ଗୃହରେ MMDR ପ୍ରସଙ୍ଗରେ ଆଲୋଚନା ହେଉ । ସରକାର ଏଥିରୁ ପଳାୟନ ପନ୍ଥି ସାଜିଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ଯେଉଁ କ୍ଷତି କଲେ, ରାଜ୍ୟ ସରକାର ଏଥିରେ ପକ୍ଷ ହୋଇଛନ୍ତି। ଆଲୋଚନା ହୋଇଥିଲେ ଏହାର ପର୍ଦ୍ଦାଫାସ ହୋଇଥାନ୍ତା। ଯେତେବେଳେ ଓରିସିଏଟ ବିଲ ଆସିଲା ସେତେବେଳେ ବିଜେପି ବିଧାୟକମାନେ ଏହାକୁ ସମର୍ଥନ କଲେ। ନବୀନ ବାବୁ ସ୍ୱତନ୍ତ୍ର ଅଧିବେଶନ ଦାବି କରିଛନ୍ତି। ଏବେ ମଧ୍ୟ ସମୟ ଅଛି ଆଲୋଚନା କରାଯାଉ।

Also Read:-ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ PMO ମାଗିଲା କୈଫତ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ