ଭୁବନେଶ୍ବର: ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ ଏଜେଣ୍ଡାକୁ ସାମ୍ନାରେ ରଖି EDII ଅହମଦାବାଦ ଏବଂ ଆକସେଞ୍ଚରର ମିଳିତ ଉଦ୍ୟୋଗରେ MSDP ପ୍ରୋଗ୍ରାମ ଆୟୋଜନ କରାଯାଉଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ସହର ଏବଂ ଗ୍ରାମାଞ୍ଚଳରେ ମହିଳା ଏବଂ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦେବା ସହ ବ୍ୟବସାୟ କ୍ଷେତ୍ରରେ ସ୍ବାବଲମ୍ବୀ କରିବା।

ଖାଲି ସେତିକି ନୁହେଁ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟରେ ସମସ୍ତ ଟ୍ରେନିମାନଙ୍କ ଉଦ୍ୟମ ରେଜିଷ୍ଟ୍ରେସନ ସହ PMEGP ଲୋନ୍ ପାଇଁ ସୁବିଧା କରାଯିବ। ଏହି ପ୍ରୋଗ୍ରାମରେ ଟ୍ରେନିମାନଙ୍କୁ ହର୍ବାଲ- ଫିନାଇଲ, ଡିସ୍ ଓ୍ବାସ, ହ୍ୟାଣ୍ଡ ଓ୍ବାସ, ପିତାମ୍ବରୀ, ଡିଟରଜେଣ୍ଟ ତିଆରି ଭଳି ଟ୍ରେନିଂ ଏକ ମାସ ପର୍ଯ୍ୟନ୍ତ ଦିଆଯିବ।

ସୁଭାଷ ନଗର ବସ୍ତି କମ୍ୟୁନିଟି ହଲରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଏକାମ୍ର ବିଧାୟକ ବାବୁ ସିଂହ, ଅପର୍ତ୍ତି ସୁନ୍ଦର ରାୟ, ସୁନୀଲ ବାବୁ, ସୁମିତ୍ରା ଏବଂ ଡକ୍ଟର ପ୍ରତୀକ ପ୍ରମୁଖ ଯୋଗ​ଦେଇଥିଲେ। ପ୍ରୋଗ୍ରାମ ମୁଖ୍ୟ ଏବଂ ଟ୍ରେନର ଦୀପକ ଦାସ ଏବଂ ଜ୍ୟୋତ୍ସା ଦାସ ତଥା EDII ପ୍ରୋଜେକ୍ଟ ମୁକ୍ୟ ସୈକତ ସୁତ୍ରଧର ପ୍ରମୁଖ ଉପସ୍ଥିତ ଥିଲେ।