ମୁମ୍ବାଇ ଇଣ୍ଡିଆନ୍ସକୁ ସାହା ଯଶପ୍ରୀତ୍ ବୁମରା; ଆଇପିଏଲରେ ବୋଲିଂ ପରେ କରିବେ ବ୍ୟାଟିଂ !

Published By : Prameya-News7 Bureau | April 27, 2024 IST

ମୁମ୍ବାଇ: ବ୍ୟାଟିଂ କରିବେ ଯଶପ୍ରୀତ୍ ବୁମରା । ବୋଲିଂ ପରେ ବ୍ୟାଟିଂରେ ଦେଖିବାକୁ ମିଳିବ ଚମତ୍କାର । ଆଇପିଏଲରେ ବୁମରା ଅଲରାଉଣ୍ଡ ପ୍ରଦର୍ଶନ ଦେଖାଇବେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲିଂ ସହିତ ବ୍ୟାଟିଂ କରିବେ ଭାରତୀୟ ଦଳର ଏହି ଦିଗଜ୍ କ୍ରିକେଟର । ଏଭଳି କହିବାର କାରଣ ହେଉଛି ନିଜେ ଯଶପ୍ରୀତ୍ ବୁମରା । ଏହି ଷ୍ଟାର ପେସ୍ ବୋଲରଙ୍କ ଏକ ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଛି । ଯେଉଁ ବୁମରା ନେଟ୍ସରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ସେ ପ୍ରାକ୍ଟସ୍ ବେଳେ ଲମ୍ବା ଲମ୍ବା ସଟ୍ ମାରୁଛନ୍ତି । 

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଯଶପ୍ରୀତ୍ ବୁମରାଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲେ ମଧ୍ୟ ଦଳୀୟ ପ୍ରଦର୍ଶନ ସେତେଟା ଉତ୍ସାହପୂର୍ଣ୍ଣ ରହିନାହିଁ । ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ମାତ୍ର ୩ଟିରେ ବିଜୟୀ ହୋଇଛି । ବ୍ୟାଟିଂରେ ଉପରକ୍ରମ ଠିକ୍ ଥିଲେ ମଧ୍ୟ ମଧ୍ୟକ୍ରମ ଭଲ ନାହିଁ । ତେଣୁ ଲମ୍ବା ବ୍ୟାଟିଂ ଲାଇନ-ଅପ୍ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି । 

ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ପୂର୍ବରୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବା ଭିଡିଓ ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓରେ ଏମଆଇ ଲେଖିଛି, ଆଜି ବ୍ୟାଟିଂ ତୁମର ଯଶି । ଚଳିତ ଆଇପିଏଲ ଯଶପ୍ରୀତ୍ ବୁମରା ୧୫.୬୯ ହାରରେ ଏବଂ ୬.୩୮ ଇକୋନୋମିରେ 8ଟି ମ୍ୟାଚରୁ ୧୩ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ପୂରା ଆଇପିଏଲ କ୍ୟାରିୟର ଉପରେ ନଜର ପକାଇଲେ ବୁମକା ୧୨୮ଟି ମ୍ୟାଚରୁ ୧୫୮ ଓ୍ବିକେଟ୍ ନେଇଛନ୍ତି । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.